କରୋନା ଯୁଦ୍ଧରେ ଗୁଣ୍ଡୁଚି; ଡ଼ାକବଲା
ଛତ୍ରପୁର (ଓ୍ବାଇଏନ୍ଏସ୍) : କରୋନା ଭୁତାଣୁର ଭୟାବହତା ଦେଶ ସାରା ଆତଙ୍କ ସୃଷ୍ଟି ହୋଇଥିବା ବେଳେ କରୋନା ମୁକାବିଲା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟ କରି ଆସୁଛନ୍ତି । ଏଭଳି ସଙ୍ଗୀନ ସମୟରେ ଡ଼ାକ ବିଭାଗର ଉଦ୍ୟମ ପ୍ରଶସନୀୟ । ମୌଳିକ ଡ଼ାକ ସେବା ଚିଠି ପତ୍ର, ମନିଅଡ଼ର ବାଂଟିବା ଡ଼ାକ ବିଭାଗ ବେଙ୍କିଂ ସେବାକୁ ତ୍ୱରାନ୍ୱିତ କରୁଛି । ଅସହାୟତ ଲୋକ ମାନଙ୍କୁ ଅତ୍ୟାବଶ୍ୟକୀୟ ବ୍ୟବହାର୍ଯ୍ୟ ବସ୍ତୁ ତଥା ସାନିଟାଇଜର୍ ବାଂଟିବା ପରେ ଆଜି ବ୍ରହ୍ମପୁର ପୋଷ୍ଟ୍ ମାଷ୍ଟର୍ ଜେନେରାଲ୍ କର୍ଣ୍ଣଲ୍ ଜଳେଶ୍ୱର କହଁରଙ୍କ ନିର୍ଦ୍ଦେଶ କ୍ରମେ ପେନସନ୍ ଭୋଗୀ ବରିଷ୍ଠ ନାଗରିକ ମାନଙ୍କୁ ବିଜିନେସ୍ ଏକଜୁଟିଭ୍ ଗୌରହରି ପଣ୍ଡାଙ୍କ ତତ୍ୱାବଧାନରେ ପୋଷ୍ଟମେନ ସନ୍ତୋଷ କୁମାର ସାହୁ, ସୁବାସ ଭୂୟାଁ, ରବି ବାରିକ, ଦେବରାଜ ନାୟକ, ଅବିନାଶ ନାଥ, ଆରତ ତରାଇ ପ୍ରମୁଖ ଘର ପାଖରେ ପେନସନ୍ ପ୍ରଦାନ କରିଛନ୍ତି । ଏହି ଅବସରରେ ବ୍ରହ୍ମପୁରର ବରିଷ୍ଠ ଡ଼ାକ ଅଧିକ୍ଷକ ମହମ୍ମଦ୍ ଜାଫର୍ ସାଜିକ୍ ଙ୍କ ନିର୍ଦ୍ଦେଶ କ୍ରମେ ଡ଼ାକ ଘରୁ ପେନସନ୍ ନେଉଥିବା ବରିଷ୍ଠ ନାଗରିକ ମାନଙ୍କୁ ଡ଼ାକ ଘରକୁ ନଆସି କେବଳ ଫୋନ୍ ଯୋଗେ ଟଙ୍କା ଉଠାଣ ପାଇଁ ଜଣାଇଲେ ଲକ୍ ଡାଉନ୍ ସମୟରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ଘର ପାଖରେ ପେନସନ୍ ରାଶି ପୋଷ୍ଟମେନ୍ ମାନେ ପ୍ରଦାନ କରିବେ ବୋଲି ବିଜିନେସ୍ ଏକଜୁଟିଭ୍ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।