ଟିସିଆଇ ଏକ୍ସପ୍ରେସର ଚତୁର୍ଥ ତ୍ରେୟ÷ମାସିକ ଫଳାଫଳ ଘୋଷିତ

ମୁମ୍ବାଇ, (ଏଜେନ୍ସି): ଏକ୍ସପ୍ରେସ ଡିଷ୍ଟ୍ରିବ୍ୟୁସନରେ ଦେଶର ଅଗ୍ରଣୀ ଟିସିଆଇ ଏକ୍ସପ୍ରେସର ଚଳିତ ବର୍ଷର ଚତୁର୍ଥ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । ଅପରେସନ୍ରୁ ସଂଗୃହିତ ରାଜସ୍ୱ ପୂର୍ବ ଆର୍ଥିକ ବର୍ଷରେ ୮୮୫ କୋଟି ରହିଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏହା ୧୫.୭% ବୃଦ୍ଧିହୋଇ ୧,୦୨୪ କୋଟି ରହିଛି । ଚଳିତ ବର୍ଷ ଇବିଆଇଟିଡ଼ିଏ ୧୧୯କୋଟି ରହିଥିବାବେଳେ ପୂର୍ବବର୍ଷ ତୁଳନାରେ ଏହା ୩୧.୩% ବୃଦ୍ଧି ହୋଇଛି । ପୂର୍ବ ବର୍ଷ ଇବିଆଇଟିଡ଼ିଏ ମାର୍ଜିନ୍ ୧୦.୨% ରହିଥିବାବେଳେ ଚଳିତ ବର୍ଷ ଏହା ୧୧.୬% ରହିଛି । ଯଦି ଗତ ବର୍ଷ ଏବଂ ଚଳିତ ବର୍ଷର କେବଳ ୪ର୍ଥ ତ୍ରୈମାସିକ ଆର୍ଥିକ ଫଳାଫଳକୁ ତୁଳନା କରାଯାଏ ତେବେ ଗତ ଥର ରାଜସ୍ୱ ୨୪୯ କୋଟି ରହିଥିବାବେଳେ ଚଳିତ ବର୍ଷ ଏହା ୬.୬% ବୃଦ୍ଧିପାଇ ୨୬୬ କୋଟି ଟଙ୍କା ହୋଇଛି । ତେବେ ୨୦୧୮ରେ ୪ର୍ଥ ତ୍ରୈମାସିକରେ ଇବିଆଇଟିଡ଼ିଏ ମାର୍ଜିନ୍ ୧୧.୪% ରହିଥିବା ବେଳେ ଚଳିତ ବର୍ଷ ଏହା ୧୨.୭% ରହିଛି । ଏଥିସହିତ ୨୦୧୯ ଆର୍ଥିକ ବର୍ଷରେ ପ୍ୟାଟ ଅଭିବୃଦ୍ଧି ୨୪.୭% ରହିଛି । ଏହି ପରିପ୍ରେକ୍ଷୀରେ ଟିସିଆଇ ଏକ୍ସପ୍ରେସର ପରିଚାଳନା ନିର୍ଦ୍ଦେଶକ ଚାନ୍ଦେର ଅଗ୍ରୱାଲ ଚଳିତ ଆର୍ଥିକ ବର୍ଷରେ ଟିସିଆଇ ଏକ୍ସପ୍ରେସର ଉନ୍ନତ ଅଭିବୃଦ୍ଧି ପାଇଁ ଖୁସି ପ୍ରକାଶ କରିଛନ୍ତି । ଅପରେସନ୍ରୁ ସଂଗୃହିତ ରାଜସ୍ୱ ୧୫.୭% ବୃଦ୍ଧି ହୋଇ ୧,୦୨୪ କୋଟି ରହିଛି । ଯାହାକି ଉକ୍ତ ଉଦ୍ୟୋଗରେ ଏକ ବଳିଷ୍ଠ ଅଭିବୃଦ୍ଧିକୁ ପ୍ରଦର୍ଶନ କରିପାରିଛି । କମ୍ପାନୀର ଇବିଆଇଟିଡ଼ିଏ ୧୧୯ କୋଟି ରହିଥିବାବେଳେ ଏହାର ମାର୍ଜିନ୍ ସମ୍ପ୍ରସାରିତ ହୋଇ ୧୩୮ ବିପିଏସ୍ରୁ ୧୧.୬% ହୋଇଛି, ଯାହାକି ୨୦୧୮ ଆର୍ଥିକ ବର୍ଷରେ ୧୦.୨% ରହିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ