କରୋନା ମୃତ୍ୟୁସଂଖ୍ୟା ୮୯ ହଜାର ଟପିଲା

ଭୁବନେଶ୍ବର : ସାରା ବିଶ୍ବ ଏବେ କରୋନାର ଆଁରେ। ପ୍ରତି ମିନିଟ୍‌ରେ କରୋନା ଗୋଟିଏ ପରେ ମୁଣ୍ଡ ଗିଳିବାରେ ଲାଗିଛି। । ଚୀନରୁ ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ଭୟାନକ ଭାଇରସ୍‌ ବିଶ୍ବର ସମସ୍ତ ରାଷ୍ଟ୍ରରେ ନିଜର କାୟା ବିସ୍ତାର କରି ସାରିଛି । ବିଶ୍ବର ସର୍ବ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ମଧ୍ୟ ଏହା କବଳରୁ ମୁକ୍ତ ହୋଇପାରୁନାହିଁ। ଆମେରିକାରେ କରୋନା ସ୍ଥିତି ଅସମ୍ଭାଳ ହୋଇପଡିଛି । ଚବିଶ ଘଣ୍ଟାରେ ଆମେରିକାରେ ୧୮୯୫ ଜଣକର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୩୫ ହଜାର ୧୬୦ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୧୪ ହଜାର ୭୯୭ରେ ପହଞ୍ଚିଛି । ସେହିପରି ଇଟାଲୀ, ସ୍ପେନ୍‌, ଫ୍ରାନ୍ସ, ଜର୍ମାନୀ, ଇରାନ୍‌ ଆଦି ଦେଶରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଇଟାଲୀରେ ୧,୩୯,୪୪୬ ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୧୭,୬୬୯ରେ ପହଞ୍ଚିଛି । ସେହିପରି ସ୍ପେନ୍‌ରେ ୧,୫୨,୪୪୬ ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୧୫ ହଜାର ୨୩୮ରେ ପହଞ୍ଚିଛି । ସେହିପରି ଫ୍ରାନ୍ସରେ ଲକ୍ଷେରୁ ଅଧିକ ଲୋକେ ଆକ୍ରାନ୍ତ ହୋଇଥିବାବେଳେ ଦଶ ହଜାରରୁ ଅଧିକ ଲୋକେ ମୃତ୍ୟୁବରଣ କରିଛନ୍ତି । ଚୀନ୍‌ରେ ଏହି ରୋଗରେ ୮୧,୮୬୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁବରଣ କରିଛନ୍ତି ୩,୩୩୫ ଜଣ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ