ନବୋଦୟ ପରୀକ୍ଷାରେ କୃତୀତ୍ୱ ହାସଲ କଲେ ପ୍ରିୟାଂଶୁ
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ଚଳିତ ନବୋଦୟ ପରୀକ୍ଷା(୫ମ ଶ୍ରେଣୀ)ରେ ବନ୍ତ ବ୍ଲକ ନିଳୋକସ୍ଥିତ ସାଧନା ବିଦ୍ୟା ମନ୍ଦିରର ଛାତ୍ର ପ୍ରିୟାଂଶୁ ପ୍ରଧାନ କୃତୀତ୍ୱ ହାସଲ କରିଛନ୍ତି । ସେ ନିଳୋକ ଗ୍ରାମର ପୁରେନ୍ଦ୍ର ପ୍ରଧାନଙ୍କର ପୁତ୍ର ଅଟନ୍ତି । ତାଙ୍କର ଏହି କୃତିତ୍ୱ ପାଇଁ ସେ ନିଜର ପିତାମାତା ଓ ସାଧନା ବିଦ୍ୟା ମନ୍ଦିରର ଶିକ୍ଷକ ଓ ଶିକ୍ଷିକା ମାନଙ୍କୁ ଶ୍ରେୟ ଦେଇଛନ୍ତି ।