ବିଜୁ ଜନତା ଦଳର ଦ୍ଵିତୀୟଥର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ

ଧାମନଗର(ଓ୍ବାଇଏନଏସ): ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀର ଜଳସ୍ତର ପୁଣି ବଢ଼ିଛି। ବିପଦ ସଂକେତ ଉପରେ ଜଳ ପ୍ରବାହିତ ହେଉଥିବାରୁ ଧାମନଗରର ବିଭିନ୍ନ ନଦୀକୂଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ପୁଣି ଘନୀଭୂତ ହୋଇଛି। ଏଭଳି ସଙ୍କଟପୂର୍ଣ୍ଣ ସମୟରେ ଶୁକ୍ରବାର ବିଜୁ ଜନତା ଦଳର ଏକ ପ୍ରତିନିଧି ଦଳ ଚଳିତବର୍ଷ ଦ୍ଵିତୀୟଥର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ପଞ୍ଚାୟତର ନଦୀକୂଳିଆ ଗ୍ରାମକୁ ଯାଇ ସ୍ଥାନୀୟ ଲୋକଙ୍କୁ ଭେଟି ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି। ବୈତରଣୀ ନଦୀର ମଲ୍ଲିମାହାରା ଏସ୍‌କେପ୍‌,ଗୋରାଙ୍ଗପୁର ଏସ୍‌କେପ୍‌,ପଧାନୀ, ଅର୍ଜୁନପୁର ଓ ହସନାବାଦ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କ ସମସ୍ୟା,ବନ୍ୟା ଆଶଙ୍କା ଓ ଆବଶ୍ୟକତା ସମ୍ପର୍କରେ ସିଧାସଳଖ ଅବଗତ ହୋଇଛି। ବୈତରଣୀର ପ୍ରତିଟି ପରିବର୍ତ୍ତନ ଉପରେ ନଜର ରହିଛି। ନଦୀକୂଳିଆ ଅଞ୍ଚଳର ଲୋକଙ୍କ ସହ ନିରନ୍ତର ଯୋଗାଯୋଗରେ ରହିବା ସହ ଆବଶ୍ୟକ ସମୟରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ତୁରନ୍ତ ସହାୟତା ପହଞ୍ଚାଇବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି ଦଳ ତରଫରୁ ଲୋକଙ୍କୁ ପ୍ରତିଶ୍ରୁତି ଦିଆଯାଇଛି। ଧାମନଗର ପଞ୍ଚାୟତ ସମିତି ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ମଲ୍ଲିକ,ସମିତି ସଭ୍ୟ ଭାରତ ବିଜୟ ଦଳେଇ,ସରପଞ୍ଚ ଅଜୟ କୁମାର ମଲ୍ଲିକ,ବିଜେଡି ନେତା ପ୍ରତାପ ସାମଲ, ଉମେଶ ମହାନ୍ତି,ସଂନ୍ଦୀପ ସ୍ୱାଇଁ,ସୁଶାନ୍ତ କୁମାର ରାଉତ ସ୍ଥାନୀୟ ନେତୃତ୍ବ ମଣ୍ଡଳୀ ଏହି ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ