ଜିଲା ସ୍ତରୀୟ ଶ୍ରୀକାନ୍ତ ପାଇକରାୟ ମେଧା ପୁରସ୍କାର ପ୍ରତିଯୋଗିତା
ବନ୍ତ, (ଚାନ୍ଦିନୀ ମହାନ୍ତି): ଶୁକ୍ରବାର ଭଦ୍ରକ ଜିଲା ବନ୍ତ ବ୍ଲକ ସେଣ୍ଢତୀରାସ୍ଥିତ ପିଏମଶ୍ରୀ ଜନାର୍ଦ୍ଦନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବାସୁଦେବପୁରସ୍ଥିତ ସହିଦ ତୀର୍ଥ ଯାତ୍ରୀ ସଂଗଠନ ଆନୁକୂଲ୍ୟରେ ଜିଲା ସ୍ତରୀୟ ଶ୍ରୀକାନ୍ତ ପାଇକରାୟ ମେଧା ପୁରସ୍କାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଆୟୋଜିତ ସଭାରେ ସହିଦ ତୀର୍ଥ ଯାତ୍ରୀ ସଂଗଠନର ସଭାପତି ବୈଲୋଚନ ଜେନା, ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାସିନୀ ବିଶ୍ୱାଳ, ଶିକ୍ଷକ ଶ୍ରୀକାନ୍ତ କୁମାର ପଣ୍ଡା, ମୋ ସ୍କୁଲ ଅଭିଯାନ କମିଟିର ସଭାପତି ଅନାଦି ଚରଣ ସେନାପତି ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ l ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ସଂଗୀତ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏଥିରେ କନିଷ୍ଠ ଓ ବରିଷ୍ଠ ବର୍ଗର ମୋଟ ୬୩ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ l ବିଚାରକ ଭାବେ ପର୍ଶୁରାମ ନାୟକ, ଅଲେଖ ଚନ୍ଦ୍ର ନାୟକ, ଅଭୟ କୁମାର ପ୍ରଧାନ ଦାୟିତ୍ୱ ତୁଲାଇଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ମନୋଜ କୁମାର ଶଙ୍ଖୁଆ, ଅଭିମନ୍ୟୁ ବାରିକ, ଚିନ୍ମୟ କୁମାର ନାୟକ, ଭୈର ମାଝୀ, ସୁଭାଷିନୀ ଜେନା, ହରିହର ପଲେଇ, ଅନସୂୟା ବିଶ୍ୱାଳ ସହଯୋଗ କରିଥିଲେ l ସମସ୍ତ କୃତୀ ପ୍ରତିଯୋଗୀ ମାନଙ୍କୁ ଅଗଷ୍ଟ ୧୭ରେ ଭଣ୍ଡାରିପୋଖରୀ ଥାନା ପରିସରରେ ଆୟୋଜିତ ଉତ୍ସବରେ ଜିଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ ବୋଲି ଜଣାଯାଇଛି l


