ସାଇବର ସଚେତନତା କାର୍ଯ୍ୟକ୍ରମ
ବନ୍ତ, (ଚାନ୍ଦିନୀ ମହାନ୍ତି ): ଶୁକ୍ରବାର ବନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବନ୍ତ ପୋଲିସ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଏବଂ ନୂତନ ଫୌଜଦାରୀ ଆଇନ ଏବଂ ଫୌଜଦାରୀ ନ୍ୟାୟ ବ୍ୟବସ୍ଥା ଉପରେ ଏକ ସଚେତନତା ଅଧିବେଶନ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଥାନାଧିକାରୀ ସୁପ୍ରକାଶ ମହାନ୍ତି ଯୋଗ ଦେଇ ସାଇବର ସୁରକ୍ଷା, ଡିଜିଟାଲ ଠକେଇ ନିବାରଣ ଏବଂ ନୂତନ ଫୌଜଦାରୀ ଆଇନର ପ୍ରମୁଖ ବୈଶିଷ୍ଟ୍ୟ ଗୁଡିକ ସମ୍ପର୍କରେ ଆଲୋକପାତ କରିଥିଲେ l ଏଥିରେ ପ୍ରଧାନ ଶିକ୍ଷୟିତ୍ରୀ ଅରୁନ୍ଧତୀ ସେନାପତି, ସିଆରସିସି ଅଶୋକ କୁମାର ଦାସ, ଶିକ୍ଷୟିତ୍ରୀ ରୀନା ବାରିକ, ସୁରଭି ମହାପାତ୍ର, ସୀମାଲିନ ପାତ୍ର, ସୁଷମା ସାହୁ, ସୌମିତ୍ରୀ କରଙ୍କ ସମେତ ଛାତ୍ରୀ ମାନେ ଉପସ୍ଥିତ ଥିଲେ l


