ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ନର୍ସିିଂହୋମରେ ଚଢାଉ

ଗଞ୍ଜାମ ଜିଲ୍ଲାପାଳ ଙ୍କ ନିର୍ଦେଶକ୍ରମେ ବ୍ରହ୍ମପୁର ସହରରେ ଗଢି ଉଠିଥିବା ଘରୋଇ ୍ନ ନର୍ସିଂହୋମ ଗୁଡିକରେ ଉପଜିଲ୍ଲାପାଳ ଙ୍କ ତତ୍ତ୍ୱାବଧାନରେ ଓ ବ୍ରହ୍ମପୁର ତହସିଲଦାର ,ଦୟାମୟ ପାଢୀ ଡ୍ରଗ୍ ଇନସ୍ପେକ୍ଟର ସମେତ ଜିଲ୍ଲା ଚିକିସ୍ରାଧିକାରୀ କିରାଣୀ ଅଶୋକ କୁମାର ପାଢୀ , ଙ୍କ ସହଯୋଗରେ ଚଢାଉ କରାଯାଇଥିଲା । ସେହିପରି ଅନ୍ୟ ଏକ ଟିମ୍ ଗଠନ କରାଯାଇ ଜିଲ୍ଲା ଚିକିସ୍ରାଧିକାରୀ ଡକ୍ଟର ପି.କୁର୍ମୟାଙ୍କ ନେତୃତ୍ୱରେ ସହକାରୀ ଜିଲ୍ଲାପାଳ ,କାର୍ଯ୍ୟନିର୍ବାହି ମାଜିଷ୍ଟେଟ୍ ,ଉପଜିଲ୍ଲାପାଳ ବ୍ରହ୍ମପୁର ସହରର କନିଷ୍ଠ କିରାଣୀ କାଳୁ ପ୍ରଧାନ ଙ୍କ ସହଯୋଗରେ ବିଭିନ୍ନ ଘରୋଇ ନର୍ସିଂର୍ର୍ହୋମରେ ଚଢାଉ କରାଯାଇଥିଲା ।ଘରୋଇ ନର୍ସିଂ ହୋମ ଗୁଡିକ ରାଜ୍ୟ ସରକାରଙ୍କ ଗାଇଡ ଲାଇନ ନିର୍ଦେଶ ନିୟମକୁ ପାଳନ କରୁଛନ୍ତି ନା ଗାଇଡ ଲାଇନକୁ ଅଣଦେଖା କରୁଛନ୍ତି । ଚଢାଉ ସମୟରେ କିଛି ନର୍ସି ହୋମ ଗୁଡିକ କିଛି ବହୁ ବର୍ଷ ଧରି ପଞ୍ଜିକରଣ ହୋଇନଥିବା ବେଳେ ଅଗ୍ନିନିର୍ବାପକ ନିରୋଧକ ଯନ୍ତ୍ରାଂଶ , ଓ ଡ୍ରେସକୋଡ ପରିଚୟ ପତ୍ର , ନଥିବାର ସଂମ୍ପୂର୍ଣ୍ଣ ଦୃଷ୍ଟିଗୋଚର ହୋଇଥିଲା । ଏହା ପରେ କ୍ଳିନିକ ଗୁଡିକର ଜିଲ୍ଲା ପ୍ରଶାସନ ନିକଟରେ ତୁରନ୍ତ ପଞ୍ଜିକରଣ କରିବା ସହ ସରକାରଙ୍କ ଗାଇଡଲାଇନ ଅନୁସାରେ କାର୍ଯ୍ୟକରିବାକୁ ନିର୍ଦ୍ଦେଶ ଦେଇଥିଲେ । ନର୍ସିଂହୋମ ଗୁଡିକ ଉପରେ ପରବର୍ତ୍ତୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନିକ ଅଧିକାରୀ ମାନେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ