୧୬୮ ଗ୍ରାମ ବ୍ରାଉନ୍ ସୁଗାର ଜବତ, ମୂଲ୍ୟ ୧୬.୮୦ ଲକ୍ଷ ଟଙ୍କା

କଟକ, (ଓ୍ବାଇଏନଏସ): କଟକ ସହରରେ ନିଶା କାରବାର ବିରୋଧରେ ଅବକାରୀ ବିଭାଗର ଚଢ଼ାଉ। ଏହି ଚଢ଼ାଉରେ ୧୬୮ ଗ୍ରାମ ବ୍ରାଉନ୍ ସୁଗାର (ହେରୋଇନ୍) ଜବତ କରାଯାଇଥିବାବେଳେ ଏହାର ଆନୁମାନିକ ବଜାର ମୂଲ୍ୟ ୧୬ ଲକ୍ଷ ୮୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ଅନୁଗୁଳ ଜିଲ୍ଲାର ଜଣେ ୪୭ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଅବକାରୀ ଅଧୀକ୍ଷକ ସମରଜିତ୍ ଦାସଙ୍କ ନିର୍ଦ୍ଦେଶ ଏବଂ ଉପ-ଅବକାରୀ ଅଧୀକ୍ଷକ ରୋଶନ ଇଶୁ ହାଂସଦାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅବକାରୀ ଗୁଇନ୍ଦା ଓ ପ୍ରବର୍ତ୍ତନ ବ୍ୟୁରୋ ୟୁନିଟ୍-୧ (ଫ୍ଲାଇଂ ସ୍କ୍ୱାଡ୍), କଟକ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ପୁରୀଘାଟ ଥାନା ଅନ୍ତର୍ଗତ କଠଯୋଡ଼ି ରିଙ୍ଗ୍ ରୋଡ୍‌ର ରାଜାବଗିଚା ନିକଟରେ ଚଢ଼ାଉ କରି ନୀଳମଣି ଭୁଟିଆଙ୍କୁ ଧରିବା ସହ ତାଙ୍କ ନିକଟରୁ ୧୬୮ ଗ୍ରାମ ବ୍ରାଉନ୍ ସୁଗାର ଜବତ କରାଯାଇଥିଲା। ଗିରଫ ଅଭିଯୁକ୍ତ ନୀଳମଣି ଭୁଟିଆଙ୍କ ଘର ଅନୁଗୁଳ ଜିଲ୍ଲା ବଣାରପାଳ ଥାନା ଅନ୍ତର୍ଗତ ପିଙ୍ଗୁଆ ଗ୍ରାମରେ। ତାଙ୍କ ବିରୋଧରେ NDPS ଆଇନ, ୧୯୮୫ର ସମ୍ପୃକ୍ତ ଧାରାରେ ମାମଲା ରୁଜୁ କରାଯାଇଥିଲା। ପରେ ତାଙ୍କୁ କଟକ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ୱତନ୍ତ୍ର ବିଚାରପତିଙ୍କ ଅଦାଲତରେ ହାଜର କରାଯାଇଥିଲା। ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ନ୍ୟାୟିକ ହାଜତକୁ ପଠାଯାଇଛି। ଏହି ଚଢ଼ାଉରେ ଇନ୍ସପେକ୍ଟର ହୀରା ଦଳପତିଙ୍କ ସମେତ ଏସ୍‌ଆଇ ବଲବୀର ଗରନାୟକ, ଅମିତ କୁମାର ବିଶ୍ୱାଳ, ଏଏସ୍‌ଆଇ କିଶୋର ଚନ୍ଦ୍ର ରାଉତ, ସଞ୍ଜୀବ କୁମାର ମୁଣ୍ଡା, ଅଜୟ କୁମାର ସାହୁ ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ସାମିଲ ଥିଲେ। ଜିଲ୍ଲାକୁ ନିଶାମୁକ୍ତ କରିବା ଲକ୍ଷ୍ୟରେ ଅବକାରୀ ବିଭାଗ ପକ୍ଷରୁ ଏଭଳି ଚଢ଼ାଉ ଓ ଯାଞ୍ଚ ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ