ରାଣୀ ଲକ୍ଷ୍ମୀବାଇ ଜୟନ୍ତୀ ପାଳିତ
ଗୁଣପୁର(ୱାଇ ଏନ ଏସ): ବୀରାଙ୍ଗନା ଝାନ୍ସୀରାଣୀ ଲକ୍ଷ୍ମୀବାଇଙ୍କ ଜୟନ୍ତୀ ତଥା ସ୍ତ୍ରୀ ଶକ୍ତି ଦିବସ ଅବସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି), ଗୁଣପୁର ନଗର ଶାଖା ପକ୍ଷରୁ ଥାୟାରାମ୍ମା ମହିଳା ମହାବିଦ୍ୟାଳୟ ପରିସରରେ ବିଭିନ୍ନ ସୃଜନୀ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ବୀରାଙ୍ଗନା ଲକ୍ଷ୍ମୀବାଇଙ୍କ ସାହସ, ବୀରତ୍ୱ ଓ ଦେଶପ୍ରେମକୁ ସ୍ମରଣ କରିଥିଲେ । କାର୍ଯ୍ୟକ୍ରମରେ ନାରୀ ସଶକ୍ତିକରଣ ବିଷୟବସ୍ତୁକୁ ନେଇ ବକୃତା ପ୍ରତିଯୋଗିତା ଏବଂ ରାଣୀ ଲକ୍ଷ୍ମୀବାଇଙ୍କ ଜୀବନୀ ଓ ବୀରତ୍ୱ ଉପରେ ଆଧାରିତ ଫ୍ୟାନ୍ସି ଡ୍ରେସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଚାରକ ଭାବେ ଅମ୍ବିକାରାଣୀ ମହାପାତ୍ର ଏବଂ ମହାବିଦ୍ୟାଳୟର ଅଧ୍ୟାପିକା ସସ୍ମିତା ସାହୁ ଯୋଗଦେଇଥିବା ବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ସିୟାଙ୍କ ସମେତ ଅନ୍ୟ ଅଧ୍ୟାପକମାନେ ମଞ୍ଚାସୀନ ଥିଲେ । ଏବିଭିପିର ଗଜପତି ବିଭାଗ ପ୍ରମୁଖ ଉମାଶଙ୍କର ଦାଶଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସ୍ମୃତିମୟୀ ସେନାପତି ସଂଯୋଜନା କରିଥିଲେ । ଡି. ଯଶୱନ୍ତ, ଜିତୁ ପାତ୍ର, ଆଦିତ୍ୟ ନାରାୟଣ ପାତ୍ର, ନବନିର୍ବାଚିତ ଛାତ୍ରୀ ସଂସଦ ସଭାପତି ଗୌତମୀ ଶବର ଏବଂ ବ୍ଲକ୍ ସଂଯୋଜକ ସାଗର ପାଣିଗ୍ରାହୀ ସହଯୋଗ କରିଥିଲେ । ଏଥିସହ ପୁରାତନ କାର୍ଯ୍ୟକର୍ତ୍ତା ରାଜେଶ ପାଢ଼ୀ, ବି. ସତୀଶ କୁମାର ଓ ଅଧ୍ୟାପକ ଦୁର୍ଗା କର ଉପସ୍ଥିତ ଥିଲେ । ଶେଷରେ ଏବିଭିପି ଗୁଣପୁର ନଗର ସଭାପତି ଲକ୍ଷ୍ମୀ ମହାଙ୍କୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ । ବକୃତା ପ୍ରତିଯୋଗିତାରେ କିଶୋରୀ ଶବର ପ୍ରଥମ, ପ୍ରତିମା ଶବର ଦ୍ୱିତୀୟ ଏବଂ ଗୌତମୀ ଶବର ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଫ୍ୟାନ୍ସି ଡ୍ରେସ୍ ପ୍ରତିଯୋଗିତାରେ ଅଞ୍ଜଳି ନାୟକ ପ୍ରଥମ, ରାଜେଶ୍ୱରୀ ଶବର ଦ୍ୱିତୀୟ ଏବଂ ଆସ୍ତମି ଶବର ଓ ମହିମା ଶବର ଯୁଗ୍ମ ଭାବେ ତୃତୀୟ ସ୍ଥାନ ହାସଲ କରିଥିଲେ ।


