ଏଏନ-୩୨ ବିମାନ ନିଖୋଜ ପରେ ବାୟୁସେନା ର ତତ୍ପରତା
ଦିନ ଯେତେ ବିତିଛୁ ବାୟୁ ସେନାର ନିଖୋଜ ଏଏନ-୩୨ ବିମାନ ର କୌଣସି ପତା ମିଳୁନାହିଁ । ଭାରତୀୟ ବାୟୁସେନା ବିଭାଗ ଅନେକ ଉନ୍ନତମାନ ର ଜ୍ଞାନ କୌଶଳ ବ୍ୟବହାର କରିସାରିଲାଣି ଏହି ବିମାନ କୁ ଖୋଜିବା ପାଇଁ ନା ବିମାନ ର ବ୍ଲ୍ୟକ ବକ୍ସ ମିଳୁଛି ନା ବିମାନ ର ପତା । ଆଶ ଆଶଙ୍କା ରେ ବାୟୁ ସେନା ବିଭାଗ ଏ ନେଇ ଆଜି ବାୟୁସେନା ବିଭାଗର ମୁଖପାତ୍ର ୱିଙ୍ଗ କମାନଣ୍ଡର ରତ୍ନାକର ସିଂ ସୂଚନା ଦେଇଛନ୍ତି ଖରା ପାଗ ଓ ପରିବେଶ ଅନୁକୂଳ ନହେ ବା ହେତୁ ଖୋଜିବାରେ ବାଧା ସୃଷ୍ଟି ହେଉଛି । ଏହା ସହିତ ସେ କହିଛନ୍ତି ଏଏନ-୩୨ କୁ ଖୋଜିବା ପାଇଁ ସି-୧୩୦ ଜେ , ସି-୧୩୦ ହରକ୍ୟୁଲେସ ଏହା ସହିତ ହେଲିକେପ୍ଟର ଖୋଜିବାରେ ଲାଗିଛନ୍ତି । ସୂଚନା ଅନୁସାରେ ଜୁନ ୩ ସୋମବାର ଦିନ ଆସାମ ର ଜୋରହାଟ ବିମାନ ବନ୍ଦରରୁ ମଧ୍ୟନ୍ନ ୧୨ଟା୨୫ ମିନଟରେ ଉଡାଣ ଭରିଥିଲା । ଏହାର କିଛି ସମୟ ପରେ ବିମାନ ସହିତ ଏଟିସି କୌଣସି ସର୍ମ୍ପକ ହୋଇନଥିଲା । ଏହି ବାମାନ ରେ ୧୩ ଜଣ ଯାତ୍ରୀ ଥିଲେ ସେଥିମଧ୍ୟରୁ ୮ ଜଣ କ୍ରୁ ମେମ୍ବର ଆଉ ୫ଜଣ ସାଧାରଣ ଯାତ୍ରୀ । ସେନାବାହିନୀ ପରିବହନ ସେବା ଯୋଗାଇ ଥାଏ ଏହି ବିମାନ ।