ଡ୍ରେନ୍ ଅବରୋଧକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ପୁରୀ (ଜୁଗାବ୍ଦ ନ୍ୟୁଜ୍‍): ଡ୍ରେନ୍ ଅବରୋଧକାରୀଙ୍କ ଉପରେ ପୁରୀ ପୌରସଂସ୍ଥା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି । ବାରମ୍ବାର ଅବଗତି ସତ୍ତେ୍ୱ ନିୟମ ପାଳନ କରୁନଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତିନି ନଂ ୱାର୍ଡ ଅନ୍ତର୍ଗତ ଡାକ୍ତରଖାନା ଛକ ନିକଟରେ ଥିବା ବିଶାଳ ମେଗାମାର୍ଟ ଉପରେ ୨୫ ହଜାର ଟଙ୍କା, ପ୍ରମୋଦ ହୋଟେଲ ଉପରେ ୩୫ ହଜାର ଏବଂ ଜିଲ୍ଲା ସ୍କୁଲ ନିକଟସ୍ଥ ନାଳ ଉପରେ ଥିବା ଏକ ରାସ୍ତା ପାଶ୍ୱର୍ ହୋଟେଲକୁ ୧୦ ହଜାର ଟଙ୍କା ଜରିମାନା କରାଯାଇଛି । ସେହିଭଳି ଗୁହାଳ ଆବର୍ଜନା ନାଳ ମଧ୍ୟକୁ ଛାଡ଼ୁଥିବାରୁ ଗଜେନ୍ଦ୍ର ଦାସଙ୍କୁ ଦୁଇ ହଜାର ଏବଂ ବାବୁଲା ବେହେରାଙ୍କୁ ୫ ଶହ ଟଙ୍କା ଜରିମାନା କରାଯାଇଛି । ଏଥିସହ ନାଳ ଅବରୋଧ ପାଇଁ ରୟାଲ ଏନ୍ଫିଲ୍ଡ ଶୋ ରୁମ୍ ଏବଂ ଭିଆଇପି ରୋଡରେ ଥିବା ଅନ୍ୟ ଦୁଇଟି କୋଠାଘରକୁ ମଧ୍ୟ ନୋଟିସ୍ କରାଯାଇଛି । ବର୍ତ୍ତମାନ ସହରରେ ନଳା ସଫା କାର୍ଯ୍ୟ ଜାରି ରହିଥିବାରୁ ଜିଲ୍ଲା ପ୍ରଶାସନ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ