୧୨ରୁ ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ଜନ୍ମଶତବାର୍ଷିକ ଉତ୍ସବ

ନୟାହାଟ (ଜୁଗାବ୍ଦ ନ୍ୟୁଜ୍‍): ପ୍ରାଚୀ ଗୁରୁଧର୍ମ କ୍ଷେତ୍ର ପରିସରରେ ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ଜନ୍ମ ଶତବାର୍ଷିକ ଉତ୍ସବ ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଉତ୍ସବରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହ ରାଜ୍ୟର ବହୁ ସାଧୁସନ୍ଥ ଏହି ଉତ୍ସବରେ ଯୋଗ ଦେବେ । ଗୁରୁଦେବଙ୍କ ଆସନ ମନ୍ଦିରରୁ ସ୍ୱତନ୍ତ୍ର ପୂଜା ମଣ୍ଡପକୁ ଗୁରୁଦେବଙ୍କ ପାଦୁକା ସକାଳ ୯ଟାରେ ଅଣାଯିବା ପରେ ସମସ୍ତ କାର୍ଯ୍ୟ ଆରମ୍ଭ ହେବ । ପ୍ରକାଶକ ନିରଞ୍ଜନ ରଥ, ଜଳସଂପଦ ସୂଚନା ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଜଗନ୍ନାଥ ସଂସ୍କୃତି ଗବେଷକ ବିଷ୍ଣୁପଦ ଦାସ, ବୈଷ୍ଣବ ଚରଣ ସାମଶ, ଡ. ବିଜୟାନନ୍ଦ ସିଂହ, ଡ. ନଟବର ଶତପଥୀ, ଡ. କଳ୍ପନା କୁମାର ରାଉତ, ଡ. ନିରଞ୍ଜନ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇଙ୍କ ସମେତ ସନ୍ଥ ପରମହଂସ ପ୍ରଜ୍ଞାନନ୍ଦଜୀ ମହାରା, ମହନ୍ତ ରାମକୃଷ୍ଣ ଦାସ, ସ୍ୱାମୀ ଅସୀମାନନ୍ଦ ସରସ୍ୱତୀ, ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ, ମହନ୍ତ ଚିନ୍ତାମଣୀ ପର୍ବତ, ବାବାଜୀ ଦିବାକର ଦାସ, ବାବା ବିପନ ବିହାରୀ ଦାସ ମହାରା, ଶ୍ରୀମଦ ବାୟାବାବାଙ୍କ ସହ ଅନେକ ସାଧୁସନ୍ଥ ଏହି ଉତ୍ସବରେ ଯୋଗ ଦେବେ । ଏହି ଅବସରରେ ଓଡ଼ିଆ ଚ୍ୟାନେଲ ଏମ୍ବିସି ପକ୍ଷରୁ ପଣ୍ଡିତ ବିଶ୍ୱନାଥ ଶତପଥୀ ଭାଗବତ ପରିବେଷଣ କରିବେ । ଏଥିସହ ସମ୍ବଲପୁରୀ ଭାଷାରେ ପାଲା ପରିବେଷଣ, ଓଡ଼ିଶୀ ଓ ପ୍ରେମାଚାର୍ଯ୍ୟଙ୍କ ଲିଖିତ ଭଜନ ପରିବେଷଣ କରାଯିବ ବୋଲି ସେବକ ତଥା ପ୍ରଚାର ପ୍ରମୁଖ ପ୍ରିତୀରଞ୍ଜନ ଦାସ ସୂଚନା ଦେଇଛନ୍ତି । ଉତ୍ସବରେ ମଧୁ ପରିବାର ସମସ୍ତ ସଭ୍ୟସଭ୍ୟା, ଶ୍ରଦ୍ଧାଳୁ ତଥା ସ୍ଥାନୀୟ ଜନସାଧାରଣ ସାହାଯ୍ୟ ସହଯୋଗ କରିବାକୁ ଆଶ୍ରମ ପକ୍ଷରୁ ଅଧ୍ୟକ୍ଷ ବାବାଜୀ ଦାମୋଦର ଦାସ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ