ଦୁଇ ବର୍ଷର ନିଷ୍ପାପ ଶିଶୁକୁ ହତ୍ୟା କଲେ ନରରୁପୀ ସଇତାନ

ଆଲିଗଡ : ଉତ୍ତର ପ୍ରଦେଶର ଆଲିଗଡରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି । ଜଣେ ୨ ବର୍ଷର ଶିଶୁକୁ ମେ ୩୦ ତାରିଖ ଦିନ ଅ୍ରପହରଣ କରି ଶିଶୁକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଏହି ଘଟଣାରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଦୁଇ ଜଣ ଅଭିଯୁକ୍ତଙ୍କ ନାମ ଜାହିଦ ଏବଂ ଅସ୍ଲାମ । ପିତା ନିଜର ଦୁଇ ବର୍ଷର ଶିଶୁ ପ୍ରତି ହୋଇଥିବା ଅମାନୁଷିକ କାଣ୍ଡ ପାଇଁ ଅଭିଯୁକ୍ତ ମାନଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବା ନିମନ୍ତେ ପିତା ବନୱାରୀ ଲାଲ ଦାବି କରିଛନ୍ତି । ଅନ୍ୟପଟେ ନିଜର ମା ନିଜର ୨ ବର୍ଷର ଝିଅ ପ୍ରତି ଅଭିଯୁକ୍ତ ଅସ୍ଲାମ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି । ଅପରାଧି ମାନେ ଏଭଳି ନାରକୀୟ କାଣ୍ଡ ଘଟାଇଛନ୍ତି ଯେ ନିଷ୍ପାପ ଶିଶୁଟିର ଦୁଷ୍କର୍ମ ଭଳି ଅପରାଧର ଯାଞ୍ଚ କରିବା ବି ସମ୍ଭବ ନୁହେଁ । ସଇତାନ ମାନେ ଶିଶୁଟିକୁ ଅତି ନିର୍ମମ ଭାବେ ହତ୍ୟା କରିବା ସହ ୨ ଟି କିଡିନିକୁ ବାହାର କରି ନଷ୍ଟ ମଧ୍ୟ କରିଦେଇଛନ୍ତିି । ମା ନିଜର ୪ ବଷଁର ଝିଅକୁ ହରାଇ ବାହୁନି ବାହୁନି କାନ୍ଦିବା ସହ ଅଭିଯୁକ୍ତ ମାନଙ୍କୁ କଠୋର ଦଣ୍ଡ ଦେବା ନିମନ୍ତେ ପ୍ରଧାନମନ୍ତ୍ରୀ ,ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ୀ ଯୋଗୀ ଆଦିତ୍ୟନାଥଙ୍କୁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ