ପୁର୍ବତନ ବିଧାୟକ ଭରତ ପାଇକଙ୍କ ବିୟୋଗରେ ବିଜେଡି ଜିଲ୍ଲା କାର୍ଯ୍ୟାଳୟରେ ଶୋକ ସଭା
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ପୁର୍ବତନ ବିଧାୟକ ଭରତ ପାଇକଙ୍କ ବିୟୋଗରେ ଗଜପତି ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଆଜି ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶୋକ ସଭାରେ ଜିଲ୍ଲା ବିଜେଡି ଯୁବ ସଭାପତି ଏସ.ଲିଙ୍ଗରାଜ,ବରିଷ୍ଠ ବିଜେଡି ନେତା ବସନ୍ତ ଦାସ,ରାମନାଥ ମିଶ୍ର,ଅନ୍ତର୍ଯ୍ୟାମୀ ଗମାଙ୍ଗ,ପାଣ୍ଟଲା ପ୍ରସାଦ ରାଓ ପ୍ରମୁଖଙ୍କ ଯୋଗ ଦେଇଥିଲେ । ପ୍ରଥମେ ସ୍ୱର୍ଗତ ପାଇକଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇ ଥିଲା । ପୁର୍ବତନ ବିଧାୟକ ଭରତ ପାଇକଙ୍କ ବିଜେଡିର ଜଣେ ବରିଷ୍ଠ ନେତା ଥିଲେ । ତାଙ୍କର ବିୟୋଗ ବିଜେଡି ଦଳ ଓ ଜିଲ୍ଲାବାସୀଙ୍କ ପାଇଁ ଅପୁରଣୀୟ କ୍ଷତି ଅଟେ । ସେ କେବଳ ଜଣେ ରାଜନେତା ନୁହଁନ୍ତି ସେ ଜଣେ ସମାଜସେବୀ ଓ ପରୋପକାରୀ ଭାବେ ସମସ୍ତଙ୍କ ଠାରେ ବେଶ ପରିଚିତ ଥିଲେ ବୋଲି ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ସମସ୍ତେ ମତବ୍ୟକ୍ତ କରି ତାଙ୍କରି ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ସହ ଶୋକ ସନ୍ତପ୍ତ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ ।


