ସାନିଟାଇଜର-ହ୍ୟାଣ୍ଡଓ୍ବାସ କାରଖାନାରେ ବିସ୍ଫୋରଣ : ଦୁଇ ମୃତ, ଜଣେ ଗୁରୁତର

ମୁମ୍ବାଇ: ମହାରାଷ୍ଟ୍ରର ପାଲଘରଠାରେ ଏକ ସାନିଟାଇଜର୍‌ ଓ ହ୍ୟାଣ୍ଡଓ୍ବାସ୍‌ ତିଆରି କାରଖାନାରେ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି। ସୋମବାର ଦିନ ୧୧ଟା ୩୦ ମିନିଟ୍‌ ସମୟରେଏହି ଦୁର୍ଘଟଣା ଘଟିଥିଲା । କମ୍ପାନୀରେ ବିସ୍ଫୋରଣ ହେବା ସମୟରେ କମ୍ପାନୀରେ ୬୬ ଜଣ କାର୍ଯ୍ୟ କରୁଥିଲେ । ଘଟଣାସ୍ଥଳରେ ଅଧିକାରୀମାନେ ପହଞ୍ଚି ଯାଞ୍ଚ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ପାଲଘରର ତାରାପୁରଠାରେ ଏକ କେମିକାଲ୍‌ ଫ୍ୟାକ୍ଟ୍ରିରେ ସୋମବାର ଦିନ ବିସ୍ଫୋରଣ ହୋଇଛି । ଏହି କାରଖାନାରେ ସାନିଟାଇଜର୍‌ ଓ ହ୍ୟାଣ୍ଡଓ୍ବାଶ୍‌ ପାଇଁ କଞ୍ଚା ମାଲ ପ୍ରସ୍ତୁତି ହେଉଥିଲା । ଅଚାନକ ଏହି କାରଖାନାରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା । ତେବେ ନିଆଁ କିପରି ଲାଗିଲା ତାହା ଜଣାପଡ଼ିନାହିଁ । ସମଗ୍ର ଭାରତବର୍ଷ ଏବେ କରୋନା କବଳରେ । କରୋନା କାୟା ଯୋଗୁଁ ଦେଶରେ ସାନିଟାଇଜର୍‌ ଓ ହ୍ୟାଣ୍ଡଓ୍ବାସ୍‌ର ଡିମାଣ୍ଡ ବେଶ୍‌ ପରିଲକ୍ଷିତ ହେଉଛି । ଦେଶରେ ସର୍ବାଧିକ କରୋନା ସଂକ୍ରମିତ ତଥା ରୋଗୀ ମହାରାଷ୍ଟ୍ରରେ ଦେଖାଯାଇଛନ୍ତି । ଏଠାରେ ଦୁଇ ଜହାରରୁ ଅଧିକ କରୋନା ସଂକ୍ରମିତ ହୋଇଥିବାବେଳେ ୧୫୦ରୁ ଊର୍ଦ୍ଧ୍ବଙ୍କ ମୃତ୍ୟୁ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ