ନିଜ ପକେଟ ମନିକୁ ଦାନ କଲେ ଭାଇ ଭଉଣୀ
ଯାଜପୁର,(ଯୁଗାବ୍ଦ ନ୍ୟୁଜ):କୋଭିଡର ମୁକାବିଲା କରିବା ପାଇଁ ନିଜ ପକେଟ ମନିକୁ ଦାନ କଲେ ଭାଇ ଭଉଣୀ । ଯାଜପୁର ଆପେକ୍ସ ସ୍କୁଲର ୯ମ ଶ୍ରେଣୀର ପ୍ରଭୁଦେବ ମିଶ୍ର ଏବଂ ଶ୍ରେୟା ପଣ୍ଡା ଜିଲାପାଳ ଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରିଲିପଂ ପାଣ୍ଠିକୁ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ । ଉଭୟ ନିଜର ପକେଟ ମନିକୁ ସଂଚୟ କରି ରଖିଥିଲେ । କିନ୍ତୁ କୋରୋନାର ମୁକାବିଲା ପାଇଁ ଉଭୟ ଭାଇ ଭଉଣୀ ଉକ୍ତ ଅର୍ଥକୁ ଯାଜପୁର ଜିଲାପାଳ ରଂଜନ କୁମାର ଦାସଙ୍କ ଆବାସିକ କାର୍ଯ୍ୟାଳୟରେ ଭେଟି ଦାନ କରିଛନ୍ତି । ପୂର୍ବରୁ ଉଭୟ କେରଳରେ ହୋଇଥିବା ଭୟାବହ ବନ୍ୟାର ମୁକାବିଲା ପାଇଁ ମଧ୍ୟ ନିଜର ପକେଟ ମନି ଦାନ କରିିଥିଲେ । ଏଭଳି ଉଦ୍ୟମକୁ ଜିଲାପାଳ ବେଶ ପ୍ରଶଂସା କରିଥିଲେ ।


