ବିରୂପା ଉଚ୍ଚ ବିଦ୍ୟାପିଠର ରୋପ୍ୟ ଜୟନ୍ତୀ ଅନୁଷ୍ଠିତ
ବରୀ,(ଚୈତନ୍ୟ ଜେନା) : ବରୀ ବ୍ଲକ ଅନ୍ତର୍ଗତ ବିରୂପା ଉଚ୍ଚ ବିଦ୍ୟାପୀଠ, ମହାକାଳପଡ଼ା ତାର ୨୫ ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ସମାରୋହରେ ପାଳନ କରିଛି। ଆଜିର ଏହି ଉଦ୍ଘାଟନୀ ଦିବସ କାର୍ଯ୍ୟକ୍ରମରେ ପ୍ରାକ୍ତନ ଛାତ୍ର ପ୍ରଦ୍ୟୁମ୍ନ ପରିଡ଼ା ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସୁଶିଲ କୁମାର ସିଂ ଅତିଥି ପରିଚୟ ପ୍ରଦାନ କରିବା ସହିତ ସଭା ପରିଚାଳନା କରିଥିଲେ। କାର୍ଯ୍ଯକ୍ରମରେ ମୁଖ୍ୟଅତିଥି ଭାବେ ଯାଜପୁର ସାଂସଦ ରବି ନାରାୟଣ ବେହେରା ଯୋଗଦାନ କରିଥିବା ବେଳେ, ମୁଖ୍ୟ ବକ୍ତା ଭାବେ ଡ଼ ସରୋଜ କୁମାର ପରିଡ଼ା ସମ୍ମାନୀତ ଅତିଥି ଭାବରେ ସାମାଜିକ କର୍ମୀ ସୁନୀତି ମୁଣ୍ଡ, ବିଜେପି ନେତା ଉମେଶ ଜେନା, ମହାକାଳପଡ଼ା ସରପଞ୍ଚ ପ୍ରଜ୍ଞା ପରମିତା ପରିଡ଼ା, ସମିତି ସଭ୍ୟ ବିଭୁପ୍ରସାଦ ରାଉତ, ପୂର୍ବତନ ସରପଞ୍ଚ ସଂଗ୍ରାମ ସାମଲ ପ୍ରଭୁତି ଯୋଗଦାନ କରିଥିଲେ। ବରୀ ବ୍ଲକରେ କାର୍ଯ୍ୟ କରୁଥିବା ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମର୍ଦ୍ଧନା କରାଯିବା ସହିତ ଉପସ୍ଥିତ ଥିବା ପ୍ରାକ୍ତନ ଓ ବର୍ତ୍ତମାନ ର ଶିକ୍ଷକ ମାନଙ୍କୁ ମଞ୍ଚସ୍ଥ ଅତିଥି ମାନେ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସଂମ୍ବଦ୍ଧିତ କରିଥିଲେ।


