ଭୁବନେଶ୍ବରର ବମିଖାଲରୁ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଆକ୍ରାନ୍ତ ଜଣକ ହେଉଛନ୍ତି ବମିଖାଲର ଜନୈକ ୩୫ ବର୍ଷୀୟ ଯୁବକ। ଏହି ଯୁବକ ଜଣକ ପୂର୍ବରୁ ବମିଖାଲରୁ ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଏହି ୫୫ନମ୍ବର ଆକ୍ରାନ୍ତ ଯୁବକଙ୍କୁ କିମ୍ସର କୋଭିଡ଼-୧୯ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଆକ୍ରାନ୍ତ ଜଣକ ବମିଖାଲର ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାର ସୂଚନା ରହିଛି । ସେ ଚାରିଜଣ କୋଭିଡ୍ ପଜିଟିଭି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ସେ ୭, ୮, ୨୨ ଓ ୩୯ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ସୂଚନା ରହିଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ କରୋନା ପଜିଟିଭ୍ ୪୨କୁ ବୃଦ୍ଧି ହୋଇଛି ।
ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୫ରେ ପହଞ୍ଚିଛି।ଏହା ମଧ୍ୟରୁ ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ପ୍ରାଣହାନି ଘଟିଛି। ସେହିପରି ୫୫ ଜଣ ଆକ୍ରାନ୍ତଙ୍କ ଗ୍ରସ୍ତ ସୂଚୀ ସମ୍ପର୍କରେ ମଧ୍ୟ ସୂଚନା ପ୍ରଦାନ କରିଛନ୍ତି ରାଜ୍ୟସରକାର । ଆକ୍ରାନ୍ତ ଜଣକ ମାର୍ଚ୍ଚ ୨୨ରୁ ଏପ୍ରିଲ୍ ୧୨ଯାଏ ନିଜ ବମିଖାଲ ଘରେ ରହିଥିଲେ । ଜୟଦୁର୍ଗାନଗର ବେବିଲୋନ୍ ଆପାର୍ଟମେଣ୍ଟରେ ଘରେ ରହିଥିଲେ । କଣ୍ଟେନେମଣ୍ଟ ଜୋନ୍ ଥିବାରୁ ତାଙ୍କ ସାମ୍ପଲ୍ ନିଆଯାଇଥିଲା ।


