ଦିନକରେ ୩୫ ମୃତ, ୧୪୧ ସୁସ୍ଥ : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : କରୋନା ଅପଡେଟ୍‌ ନେଇ ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୩୫ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୪୧ ଜଣ ସୁସ୍ଥ ହୋଇ ଡିସ୍‌ଚାର୍ଜ ହୋଇଛନ୍ତି । ଗତକାଲି ଗୋଟିଏ ଦିନରେ ମୋଟ ୭୯୭ଟି ପଜିଟିଭି ଚିହ୍ନଟ ହୋଇଥିଲା । ଏଯାଏଁ ଦେଶରେ ୯୧୫୨ଟି ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେଳ ୩୦୮ ଜଣ ମୃତବରଣ କରିଛନ୍ତି । ସେହିପରି ସୁସ୍ଥ ହୋଇଛନ୍ତି ୮୫୭ଜଣ ।
ଦେଶର କିଛି ଜିଲ୍ଲାରେ କରୋନା ସଂକ୍ରମଣ ପ୍ରସାରକୁ ନିୟନ୍ତ୍ରିତ କରାଯାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛନ୍ତି । ଦେଶର ପ୍ରାୟ ୧୫ଟି ରାଜ୍ୟର ୨୫ଟି ଜିଲ୍ଲାରେ ଏଭଳି ୧୪ ଦିନ ହେଲା କୌଣସି ନୂଆ କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ସେହିପରି ଆଇସିଏମ୍‌ଆରର ଅଧିକାର କହିଛନ୍ତି ଯେ, କରୋନା ଭାଇରସ ସଂକ୍ରମଣ ପାଇଁ ଏପର୍ଯ୍ୟନ୍ତ ଦୁଇ ଲକ୍ଷରୁ ଅଧିକ ଯାଞ୍ଚ ହୋଇସାରିଛି । ଆଗାମୀ ୬ ସପ୍ତାହ ପର୍ଯ୍ୟନ୍ତ ସହଜରେ କରୋନା ଟେଷ୍ଟ କରାଯାଇପାରିବ ବୋଲି କହିଛନ୍ତି କହିଛନ୍ତି ଅଧିକାରୀ । ସେହିପରି ଅତ୍ୟାବଶ୍ୟକ ମାଲ୍‌ ପାଇଁ ସବୁ ମାଲବାହୀ ଟ୍ରକ୍‌କୁ ନିର୍ବିଘ୍ନରେ ଯା’ ଆସ କରିବାକୁ ଅନୁମତି ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଟ୍ରକ୍‌ରେ ମାଲ୍‌ ଥାଉ କି ନ ଥାଉ, ନିର୍ବିଘ୍ନରେ ଯିବାକୁ ଦିଆଯିବ ବୋଲି ସୂଚନା ରହିଛି । ଏନେଇ ସବୁ ମୁଖ୍ୟ ସଚିବମାନଙ୍କୁ କାଲି ଗୃହ ସଚିବ ଚିଠି ଲେଖିଛନ୍ତି। ଅନ୍ତଃରାଜ୍ୟ ବା ରାଜ୍ୟ ଭିତରେ ମାଲବାହୀ ଟ୍ରକ୍‌ ଚଳାଚଳ କରିପାରିବ । ବୈଧ ଡିଏଲ୍‌ ଥିବା ଡ୍ରାଇଭର୍‌ ଓ ଜଣେ ସହାୟକଙ୍କୁ ଯିବାକୁ ଅନୁମତି ମିଳିବ ବୋଲି ସୂଚନା ଦିଆଯାଇଛି । ସେହିପରି ଅତ୍ୟାବଶ୍ୟକ ଦ୍ରବ୍ୟ ପରିବହନ ପାଇଁ କୌଣସି ପରମିଟ୍‌ ଅନାବଶ୍ୟକ ବୋଲି ସୂଚନା ରହିଛି । ଦେଶରେ ଅତ୍ୟାବଶକ ଜିନିଷ ପର୍ଯ୍ୟାପ୍ତ ମହଜୁଦ୍‌ ରହିଛି ବୋଲି ଗୃହ ମନ୍ତ୍ରାଳୟ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ