ମେ’ ୩ ଯାଏଁ ବଢିଲା ଲକ୍ଡାଉନ୍ର ଅବଧି
ନୂଆଦିଲ୍ଲୀ : ଦେଶରେ କରୋନା ସଂକଟକୁ ନେଇ ପ୍ରଧାନମନ୍ତ୍ରୀ ପୁଣିଥରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଦେଶରେ ଜାରି ରହିଥିବା କରୋନା ସ୍ଥିତିକୁ ଦେଖି ଲକ୍ ଡାଉନ୍ର ଅବଧିକୁ ପ୍ରଧାନମନ୍ତ୍ରୀ ଆଜି ବଢାଇଛନ୍ତି । ମେ ୩ ପର୍ଯ୍ୟନ୍ତ ଦେଶରେ ଲକ୍ ଡାଉନ୍ର ଅବଧିକୁ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । କରୋନା ଲଢେଇ ପାଇଁ ଜାରି ରହିଥିବା ୨୧ ଦିନିଆ ଲକ୍ ଡାଉନ୍ର ଆଜି ଶେଷ ଦିନ ରହିଥିଲା । ପୂର୍ବରୁ ମାର୍ଚ୍ଚ ୨୪ ତାରିଖରୁ ଏପ୍ରିଲ୍ ୧୪ ପର୍ଯ୍ୟନ୍ତ ଲକ୍ ଡାଉନ୍ର ଘୋଷଣା କରାଯାଇଥିଲା ।
ଆସନ୍ତାକାଲି ଦ୍ବିତୀୟ ଥର ଲକ୍ ଡାଉନ୍ ନେଇ ବିସ୍ତୃତ ଗାଇଡ୍ ଲାଇଜ ଜାରି ହେବ ବୋଲି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ଗାଇଡ୍ ଲାଇନ ଜରିଆରେ ଅତ୍ୟାବଶ୍ୟକ ଜିନିଷ ପାଇଁ କିଛି କୋହଳ କରାଯିବ । ଅତ୍ୟାବଶ୍ୟକ ସେବା ଓ ଚାଷୀମାନଙ୍କ ଜୀବିକାକୁ ଦୃଷ୍ଟିରେ ରଖି କିଛି କୋହଳ କରାଯିବ ।
ଦେଶରେ ଦ୍ବିତୀୟ ଥର ପାଇଁ ଜାରି କରାଯାଉଥିବା ଲକ୍ ଡାଉନ୍କୁ ନେଇ ପ୍ରଧାନମନ୍ତ୍ରୀ କିଛି ବିଶେଷ ସୂଚନା ଜାରି କରିଛନ୍ତି
• ଆସନ୍ତାକାଲି ଲକ୍ ଡାଉନ୍ ପାଇଁ ନୂତନ ଗାଇଡ୍ ଲାଇନ ଆସିବ
• ପୂର୍ବରୁ ଲାଗିଥିବା ଲକ୍ ଡାଉନ ଠାରୁ ଏହି ଲକ୍ ଡାଉନ୍ ଆହୁରି ଶକ୍ତ କରାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
• ଏପ୍ରିଲ୍ ୨୦ ତାରିଖରେ କରୋନା କଟକଣାର ସମୀକ୍ଷା କରାଯିବ ।
• ଏପ୍ରିଲ୍ ୨୦ ତାରିଖ ପରଠାରୁ ଯେଉଁ ଅଞ୍ଚଳରେ କରୋନା ଜନିତ ନୂତନ ମାମଲା ଆସିବ ନାହିଁ, ତାକୁ ସର୍ତ୍ତମୂଳକ କୋହଳ କରାଯିବ ।
• ରାଜ୍ୟ, ଜିଲ୍ଲା ଓ ଥାନା ଭିତ୍ତିକ ଲକ୍ ଡାଉନ୍ ପାଳନର ସମୀକ୍ଷା କରାଯାଇ ମୂଲ୍ୟାଙ୍କନ କରାଯିବ ।
• ନୂଆ ମାମଲା ଆସିଲେ ମେ’ ତିନି ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ।
• ହଟସ୍ପଟ୍ ଚିହ୍ନିତ ସ୍ଥାନଗୁଡିକ ଉପରେ ଅଧିକ କଡା ନଜର ରଖାଯିବ ।
• ଘରୁ ବାହାରିବା ନିୟମ ଆହୁରି କଡାକଡି କରାଯିବ ।


