ବିଦ୍ୟୁତ୍ କାଟ୍ ଯୋଗୁଁ ରାସ୍ତାରୋକ
ଚାରିଛକ (ଜୁଗାବ୍ଦ ନ୍ୟୁଜ୍):ରବିବାର ସକାଳୁ ବାରମ୍ବାର ବିଦ୍ୟୁତକାଟ୍ ହୋଇଥିଲା । ଏହାର ପ୍ରତିବାଦରେ ଚାରିଛକ ବଜାରରେ ଦୀର୍ଘ ସମୟ ଧରି ରାସ୍ତାରୋକ କରାଯାଇଥିଲା । ବାରମ୍ବାର ବିଜୁଳି କାଟ୍ ହେବା ଦ୍ୱାରା ବ୍ୟାଙ୍କସେବା, ମେଡିକାଲରେ ରୋଗୀ ହଇରାଣ ହରକତ ହେବା ଯୋଗୁଁ ରବିବାର ସକାଳ ୯ ଧାରଣ ଜନତା ରାସ୍ତା ଉପରେ ଦଉଡିବାନ୍ଧି, ବେଞ୍ଚ ପକାଇ ରାସ୍ତା ଉପରେ ବସି ରହିଥିଲେ । ଫଳରେ ରାସ୍ତାର ଉଭୟପାଶ୍ୱର୍ରେ ଶହଶହ ଯାନବାହନ ଦୀର୍ଘ ସମୟ ଧରି ଅଟକି ରହିଥିଲା । ଖବରପାଇ ଚାରିଛକ ଫାଣ୍ଡି ଅଧିକାରୀ ପ୍ରମୋଦ କୁମାର ସେଠୀ ଘଟଣାସ୍ଥଳରେ ପହଞ୍ଚି ନିମାପଡା ବିଦ୍ୟୁତ ବିଭାଗର ନଂ ୧ ଜେଇଙ୍କ ସହିତ ଫୋନ ଯୋଗେ କଥାବାର୍ତ୍ତା ହୋଇ ଆଗକୁ ଆଉ ବଦ୍ୟୁତକାଟ୍ ହେବ ନାହିଁ । ମାତ୍ର ବିଦ୍ୟୁତକାର୍ଯ୍ୟ ଚାଲୁଥିବା ସମୟରେ ଅଳ୍ପ ସମୟ ପାଇଁ ବିଜୁଳି କାଟ୍ କରାଯିବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା । ଏହି ରାସ୍ତା ଅବରୋଧ ଯୋଗୁଁ ଟ୍ରାଫିକ ସମସ୍ୟା ଦୂରକରିବାକୁ ପୁଲିସକୁ ନାକେଦମ୍ ହେବାକୁ ପଡିଥିଲା ।


