କରୋନା ସତ୍ତ୍ବେ ଗୋଟିଏ ଦିନରେ ୪୯ ହଜାର କୋଟି ଲାଭ କଲା ଆମାଜନ୍

ନୂଆଦିଲ୍ଲୀ: ସମଗ୍ର ବିଶ୍ବ କରୋନା ଭାଇରସ୍ ପ୍ରଭାବରେ ସ୍ଥାଣୁ ପାଲଟି ଯାଇଥିବା ବେଳେ ଆଶ୍ବର୍ଯ୍ୟଜନକ ଭାବରେ ଗୋଟିଏ ଦିନରେ ୪୯ ହଜାର କୋଟିର ଲାଭ ହାସଲ କରିଛି ଆମାଜନ୍‌। ଆମାଜନ୍‌ ମାଲିକ ଜେଫ୍‌ ବେଜୋସ୍‌ ଗୋଟିଏ ଦିନରେ ୬.୫ ବିଲିୟନ୍‌ ଡଲାରର ଲାଭ ହାସଲ କରିଛନ୍ତି। ମଙ୍ଗଳବାର ଆମାଜନ୍‌ ଅଂଶଧନ ମୂଲ୍ୟରେ ୫ ପ୍ରତିଶତର ଅଭିବୃଦ୍ଧି ଘଟିବା ସହିତ ଏହା ୨୨୮୩ ଡଲାର ଛୁଇଁଥିଲା। ଚଳିତ ବର୍ଷରେ ଆମାଜନ୍‌ ଅଂଶଧନ ମୂଲ୍ୟରେ ୨୦ ପ୍ରତିଶତର ଅଭିବୃଦ୍ଧି। ଏହି ଅଭିବୃଦ୍ଧି ଫଳରେ କମ୍ପାନୀର ସିଇଓ ଜେଫ୍‌ ବେଜୋସ୍‌ ଗୋଟିଏ ଦିନରେ ୬.୫ ବିଲିୟନ୍‌ ଡଲାରର ଲାଭ ହାସଲ କରିଛନ୍ତି। ସେହିପରି ବେଜୋସ୍‌ଙ୍କ ପୂର୍ବତନ ପତ୍ନୀ ମ୍ୟାକେଞ୍ଜି ବେଜୋସ୍‌ ଏହି ସମୟରେ ୨.୨ ବିଲିୟନ୍‌ ଡଲାରର ଲାଭ ହାସଲ କରିଛନ୍ତି। ସେହପରି ସମଗ୍ର ବିଶ୍ବରେ କରୋନା ସମୟରେ ନିଜର କର୍ମଚାରୀଙ୍କୁ ଅତିରିକ୍ତ ବେତନ ପ୍ରଦାନ କରୁଛି ଆମାଜନ୍‌। ଆମେରିକା, କାନାଡା ଏବଂ ବିଭିନ୍ନ ୟୁରୋପୀୟ ରାଷ୍ଟ୍ରରେ କାମ କରୁଥିବା କର୍ମଚାରୀଙ୍କୁ ଘଣ୍ଟାପ୍ରତି ୨ ଡଲାର ଅଧିକ ବେତନ ପ୍ରଦାନ କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ