ଗଂଜାମ କାଜୁ ପ୍ରକ୍ରୀୟାକରଣ ସଂଘ ପକ୍ଷରୁ ୩ଲକ୍ଷଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ
ଛତ୍ରପୁର (ଓ୍ବାଇଏନ୍ଏସ୍) : କରୋନା ମୁକାବିଲା ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଛନ୍ତି । ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରେ ରଖି ଲକଡାଉନ ଘୋଷଣା କରାଯାଇଛି । ଏନେଇ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନାରୁ ଦୂରେଇ ରହିବା ନିମନ୍ତେ ଲକଡାଉନ ସହିତ ଆଂଶିକ ସଟଡାଉନ ଲଗାଯାଇଛି । ଏଥି ନିମନ୍ତେ ବିଭିନ୍ନ କଟକଣା ଜାରି କରାଯାଇଛି । ଲୋକମାନଙ୍କୁ ସଚେତନତା କରାଯାଉଛି । କରୋନା ମୁକାବିଲା ନିମନ୍ତେ ଜିଲ୍ଲାର ସାଂସଦ , ବିଧାୟକ ମାନଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବାଦାନ୍ୟ ବ୍ୟକ୍ତି , ସ୍ୱେଚ୍ଛାସେବୀ ଏବଂ ଛାତ୍ରଛାତ୍ରୀ ମାନେ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠି କୁ ସହାୟତା ରାଶି ପ୍ରଦାନ କରିଆସୁଛନ୍ତି । ଏନେଇ ଗଂଜାମ କାଜୁ ପ୍ରକ୍ରୀୟାକରଣ ସଂଘ ପାଦେ ଆଗକୁ ଆସି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବୁଧବାର ସନ୍ଧ୍ୟାରେ ଗଂଜାମ ଏସପି ବ୍ରିଜେଶ କୁମାର ରାଏଙ୍କ ଜରିଆର ରେ ୩ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ଏଥିରେ ଗଂଜାମ କାଜୁ ପ୍ରକ୍ରୀୟାକରଣ ସଂଘ ର ସଭାପତି ପି.ରାମଚନ୍ଦ୍ର ପୃଷ୍ଟି, ସଂପାଦକ ପ୍ରକାଶ ଚନ୍ଦ୍ର ପଣ୍ଡା, ଉପଦେଷ୍ଟା ନୀରଜଂନ ପାତ୍ର ଓ କୋଷାଧ୍ୟକ୍ଷ କେ. କଲ୍ୟାଣ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।