କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଲକଡାଉନ ପରଠାରୁ ୧କୋଟି ୨୭ଲକ୍ଷରୁ ନିରାଶ୍ରୟଙ୍କ ପାଇଁ ମାଗଣା ଭୋଜନ

ନୂଆଦିଲ୍ଲୀ : କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପୌରନିଗମ ଗୁଡିକ ସହ ମିଶି ଲକଡାଉନ ହେବା ପରଠାରୁ ଗତ ୧୦ ତାରିଖ ପର୍ଯ୍ୟନ୍ତ ୧.୨୭କୋଟିରୁ ଊର୍ଦ୍ଧ୍ଵ ଭିକାରୀ, ନିରାଶ୍ରୟ ଓ ପରିତ୍ୟକ୍ତ ଲୋକମାନଙ୍କ ପାଇଁ ମାଗଣା ଖାଇବା ବ୍ୟବସ୍ଥା କରିଛି । ମନ୍ତ୍ରଣାଳୟ ଏକ ପ୍ରକଳ୍ପ ଜରିଆରେ ୧୦ଟି ସହରକୁ ବାଛିଛି । ସେଗୁଡିକ ହେଲା ଦିଲ୍ଲୀ, ମୁମ୍ବାଇ, କୋଲକତା, ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ, ଲକ୍ଷ୍ନୌ, ନାଗପୁର, ପାଟନା ଏବଂ ଇନ୍ଦୋର । ଏହି ପ୍ରକଳ୍ପ ଜରିଆରେ ମନ୍ତ୍ରଣାଳୟ ଏକ ବିସ୍ତୃତ ଯୋଜନାକୁ ତ୍ୱରାନ୍ୱିତ କରିଛି । ଏସବୁ ମଧ୍ୟରେ ଭିକ ମାଗୁଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କ ପୁନର୍ବାସ ଯୋଜନା, ଚିକିତ୍ସା ସୁବିଧା, ପରାମର୍ଶ, ଶିକ୍ଷା, କୌଶଳ ବିକାଶ ଇତ୍ୟାଦି ଅନ୍ତର୍ଭୁକ୍ତ । ରାଜ୍ୟ ସରକାର, କେନ୍ଦ୍ର ଶାସିତ ଅଞ୍ଚଳ, ସ୍ଥାନୀୟ ସ୍ଵାୟତ୍ତ ଶାସନ ସଂସ୍ଥା ଓ ସ୍ଵେଚ୍ଚାସେବୀ ସଂଗଠନଗୁଡିକର ସହାୟତା ଏଥିପାଇଁ ନିଆଯାଇଛି । ଏହି ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ ଶତକଡା ୧୦୦ ଭାଗ ସହାୟତା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଦିଆଯାଇଛି । କୋଭିଡ ମହାମାରୀ ସଂକ୍ରମଣ ଯୋଗୁଁ ଉତ୍ପନ୍ନ ପରିସ୍ଥିତି ଓ ଲକଡାଉନ ଯୋଗୁଁ ବର୍ତ୍ତମାନ ଭିକ୍ଷା ବୃତ୍ତି କରୁଥିବା ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇ ଅନାହାରରେ ରହି ଦିନ କାଟୁଥିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ୧୦ସହରର ପୌର ନିଗମଗୁଡିକରେ ଭୋଜନ କେନ୍ଦ୍ର ଖୋଲି ଭିକାରୀମାନଙ୍କୁ ରନ୍ଧା ଖାଦ୍ୟ ତୁରନ୍ତ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବ୍ୟବସ୍ଥା ଯୋଗୁଁ ଭିକାରୀମାନଙ୍କୁ ଚିହ୍ନଟ କରିବା ସହ ଭବିଷ୍ୟତରେ ସେମାନଙ୍କୁ ଜାତୀୟ ପୁନର୍ବାସ ଯୋଜନାରେ ଅନ୍ତର୍ଭୁକ୍ତ କରିହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ