ଏପ୍ରିଲ ୨୦ରୁ ଲକଡାଉନ କଟକଣାରୁ ବାଦ ପଡିବାକୁ ଥିବା ଅତିରିକ୍ତ କାର୍ଯ୍ୟକଳାପ ସମ୍ପର୍କରେ ସଂଶୋଧିତ ତଥ୍ୟ

ନୂଆଦିଲ୍ଲୀ : କୋଭିଡ ମହାମାରୀକୁ ରୋକିବା ପାଇଁ ଆସନ୍ତା ମାସ ୩ ତାରିଖ (୦୩.୦୫.୨୦୨୦) ପର୍ଯ୍ୟନ୍ତ ଲକଡାଉନ ଅବଧିକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି । ଏନେଇ ଗତକାଲି (୧୪.୦୪.୨୦୨୦) କେନ୍ଦ୍ର ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକୀକୃତ ନିୟମାବଳୀ ଜାରି କରାଯାଇଥିଲା । ଏହି ନିର୍ଦ୍ଦେଶାବଳୀକୁ ଭିତ୍ତିକରି ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଓ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ସରକାର ପାଳନ କରିବାକୁ ଥିବା ସଂଶୋଧିତ ନିୟମାବଳୀ ପୁନଃ ଜାରି କରାଯାଇଛି । ଏହି ନିୟମାବଳୀରେ କୋଭିଡ ମହାମାରୀର ପରିଚାଳନା, କାର୍ଯ୍ୟାଳୟ, କାରଖାନା ଇତ୍ୟାଦିରେ ସାମାଜିକ ଦୂରତ୍ଵ ରକ୍ଷା ନେଇ ସର୍ବନିମ୍ନ ପାଳନୀୟ ନିୟମ ଉଲଙ୍ଘନରେ ଜୋରିମାନା ଇତ୍ୟାଦି ଅନ୍ତର୍ଭୁକ୍ତ । ଏଗୁଡିକ ଆପତକାଳୀନ ପରିଚାଳନା ୨୦୦୫ ଆଇନ ଏବଂ ଭାରତୀୟ ପିଙ୍ଗଳ କୋଡ-୧୮୬୦ର ଧାରା ବଳରେ ଲାଗୁ କରାଯିବ । ଜନସାଧାରଣଙ୍କ ଅସୁବିଧାକୁ ଆଖିଆଗରେ ରଖି ଆସନ୍ତା ୨୦ ତାରିଖ ଠାରୁ କେତେକ ଅତିରିକ୍ତ କାର୍ଯ୍ୟକଳାପ ପାଇଁ ଅନୁମତି ଦିଆଯିବ । ତେବେ ଏହି ଅତିରିକ୍ତ କାର୍ଯ୍ୟକଳାପଗୁଡିକର ଅନୁମତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ଅଧୀନରେ ଥିବା ଜିଲ୍ଲା ପ୍ରଶାସନ ଲକଡାଉନର ନିୟମକୁ କଡାକଡି ଭାବେ ପାଳନ କରି ତ୍ୱରାନ୍ୱିତ କରିବେ । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଓ ଜିଲ୍ଲା ପ୍ରଶାସନଗୁଡିକ ବିଭନ୍ନ କାର୍ଯ୍ୟସ୍ଥଳୀ, କାରଖାନା ଓ ସରକାରୀ କାର୍ଯ୍ୟାଳୟ ଇତ୍ୟାଦିରେ ସାମାଜିକ ଦୂରତ୍ଵକୁ ଦୃଷ୍ଟିରେ ରଖି ଅନୁମତି ଦେବେ । ଏହି ଏକୀକୃତ ସଂଶୋଧିତ ନିୟମାବଳୀ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ବା ଜିଲ୍ଲା ପ୍ରଶାସନ ଦ୍ଵାରା ଘୋଷିତ ଆବଦ୍ଧାଞ୍ଚଳ ପାଇଁ ଲାଗୁ ହେବ ନାହିଁ । ଏହି ଆବଦ୍ଧାଞ୍ଚଳରେ ଯଦି କୌଣସି ନୂଆ ସ୍ଥାନ ଯୋଡି ହୁଏ, ତେବେ ଏହି ରିହାତି ସୁବିଧାଗୁଡିକୁ ନିଲମ୍ବିତ କରାଯିବ । କେବଳ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ଵାରା ପ୍ରଣିତ ନିୟମାବଳୀ ହିଁ ସେହି ଅଞ୍ଚଳରେ ଲାଗୁ ହେବ । କେନ୍ଦ୍ର ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ଭାରତ ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ, ବିଭାଗ, ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନଗୁଡିକୁ ସଂଶୋଧିତ ନିୟମାବଳୀକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଜାରି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ