ମଦର ଟି ଆଇ ପକ୍ଷରୁ ମାକ୍ସ ଓ ସାନିଟାଇଜର ବଣ୍ଟନ

କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା):କରୋନା ମହାମାରୀ ରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ରକ୍ଷା କରିବା, ମାକ୍ସ ବ୍ୟବହାର କରିଵା ସହ ସାନିଟାଇଜର ଦ୍ଵାରା ହାତ ସଫା କରି ସଚେତନତା ସୃଷ୍ଟି କରିଵା ପାଇଁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।ଏହି ନିୟମ ଆଧାରରେ ମଦର ଟି ଆଇ ର ସହାୟତା ରେ କୋଣାର୍କ ର ପୂର୍ବତନ କାଉନସିଲର ରିନାରାଣୀ ବେହେରା କୋଣାର୍କ ବସ ଷ୍ଟାଣ୍ଡ ନିକଟ ସମୁଖ ରେ ଥିବା ବସ୍ତି ରେ ବୁଧବାର ମଧ୍ୟାହ୍ନ ସମୟରେ ବସ୍ତିରେ ବସ ବାସ କରୁଥିବା ମହିଳା ମାନଙ୍କୁ କରୋନା ଦାଉରୁ ରକ୍ଷା କରିବା ପାଇଁ ସଚେତନତା ସୃଷ୍ଟି କରିବା ସହ ୧୦୦ରୁ ଉର୍ଦ୍ଧ ମାକ୍ସ ଓ ସାନିଟାଇଜର ବଣ୍ଟନ କରିଛନ୍ତି। ପୂର୍ବତନ କାଉନସିଲର ଶ୍ରୀମତୀ ରିନା ରାଣୀ ଙ୍କ ସାମ୍ପ୍ରତିକ ସମୟରେ ଏପରି ଜନକଲ୍ୟାଣ ମୂଳକ ପଦକ୍ଷେପ କୁ କୋଣାର୍କ ସ୍ଥାନୀୟ ଅଞ୍ଚଳର ମହିଳା ମାନେ ପ୍ରଶଂସା କରାଯାଇଛି। ଆଗାମୀ ଦିନରେ କୋଣାର୍କ ଅଂଚଳ ରେ ଲକ ଡାଉନ ଯୋଗୁଁ ତାଲା ବନ୍ଦ ପରିସ୍ଥିତି ରେ ଘରେ ରହିଥିବା ଶ୍ରମିକ, ଦିନ ମଜୁରିଆ ଓ ଗରିଵ ଶ୍ରେଣୀ ର ଜନସାଧାରଣ ଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ ମାକ୍ସ ଏବଂ ସାନିଟାଇଜର ଯୋଗାଇ କରୋନା ମୁକାବିଲା ରେ ନିଜକୁ ନିୟୋଜିତ କରିଵେ ଵୋଲି ସେ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ