ଜଙ୍ଗଲରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ ୯ ଗିରଫ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):କରୋନା ଲକ୍ ଡାଉନ୍ ପାଇଁ ଚାରିଆଡେ ରାସ୍ତାଘାଟ ଶୁନ୍ ଶାନ୍,ଗାଡିମଟର ବନ୍ଦ ଥିବା ବେଳେ ଗାଁ ଗାଁ ରେ ଜୁଆ ଖେଳ ବୃଦ୍ଧି ପାଇଛି ।ଏହି ଜୁଆଖେଳ ଉପରେ ପୋଲିସ ତୀକ୍ଷ୍ଣ ନଜର ରଖିଛି ।ଆଜି ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗୀ ଗ୍ରାମ ନିକଟ ଜଙ୍ଗଲରେ ଜୁଆ ଆଡ୍ଡା ଚାଲିଥିବା ନେଇ ଗାଙ୍ଗପୁର ପୋଲିସକୁ ଖବର ମିଳିଥିଲା ।ଡିଏସପି ସଞ୍ଜୟ କୁମାର ମହାପାତ୍ର ଓ ଥାନା ଅଧିକାରୀ ଧୀରେଶ କୁମାର ଦାସଙ୍କ ନେତୃତ୍ୱରେ ଅଧିକ ପୋଲିସ ଫୋର୍ସ ସହ ଆଜି ସଂଧ୍ୟା ସମୟରେ ଚାରି ପଟୁ ଘେରାଉ କରି ଚଢ଼ାଉ କରିଥିଲେ ।ସେଠାରୁ ୯ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ୨୫୬୮୦ଟଙ୍କା,୬ଟି ମୋବାଇଲ ଫୋନ୍ ଓ ଗୋଟିଏ ମୋଟରସାଇକଲ୍ ଜବତ କରିଛନ୍ତି ।ଏ ନେଇ ୯୭/୨୦ରେ ଏକ ମାମଲା ରୁଜୁ କରି ଏସ୍.ଆଇ ଅଜିତ ପରିଡା ଘଟଣାର ତଦନ୍ତ କରୁଛନ୍ତି ।ଆସନ୍ତା କାଲି ସମସ୍ତ ଜୁଆଡିଙ୍କୁ ଆସ୍କା କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୁତ୍ରରୁ ଜଣାପଡିଛି ।ପ୍ରକାଶ ଥାଉ କି ଲକ୍ ଡାଉନ୍ ଆରମ୍ଭ ହେବା ପରେ ଗାଙ୍ଗପୁର ପୋଲିସ ସାତଟି ଜୁଆ ଖେଳ ଉପରେ ଚଢ଼ାଉ କରି ସଫଳତା ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ