ଅଣ୍ଡା ବୋଝେଇ ପିକ୍ଅପ୍ ଓଲଟିଲା,ଲକ୍ଷାଧିକ ଟଙ୍କାର ଅଣ୍ଡା ନଷ୍ଟ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):ଗାଙ୍ଗପୁର ଥାନା ଅନ୍ତର୍ଗତ କ୍ଷତ୍ରିୟ ବରପୁର ଲୁଣିପଡା ଗଡାଣିଠାରେ ଏକ ଅଣ୍ଡା ବୋଝେଇ ପିକ୍ଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା ।ଫଳରେ ଗାଡ଼ିରେ ଥିବା ଲକ୍ଷାଧିକ ଟଙ୍କାର ଅଣ୍ଡା ରାସ୍ତା ଉପରେ ପଡି ନଷ୍ଟ ହୋଇଯାଇଥିଲା ।ଗାଡିଟି ଆସ୍କା ରୁ ଅଣ୍ଡା ବୋଝେଇ କରି ବାଲିଗୁଡା ଅଭିମୁଖେ ଯାଉଥିବା ବେଳେ ଦିନ ୨ଘଣ୍ଟା ସମୟରେ ଓଲଟି ପଡିଥିଲା ।ଫଳରେ ଗାଡିର ହେଲପର ଶଙ୍କର ପରିଡା ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।ଗାଙ୍ଗପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିବା ସହ ଡ୍ରାଇଭର ରାଜେନ୍ଦ୍ର ନାଥ ଖଟେଇକୁ ଅଟକ ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ