୯୪ ଲକ୍ଷ ଟିକେଟ ରଦ୍ଦ କରି ୧୪୯୦ କୋଟି ଫେରାଇବ ଭାରତୀୟ ରେଳବାଇ

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ୯୪ ଲକ୍ଷ ଟିକେଟ୍‌ ରଦ୍ଦ କରି ଯାତ୍ରୀଙ୍କ ଟଙ୍କା ଫେରସ୍ତ କରିବାକୁ ନିର୍ଣ୍ଣୟ ନେଇଛି। ଏଥିପାଇଁ ଭାରତୀୟ ରେଳବାଇ ୧୪୯୦ର ରାଜସ୍ବ କ୍ଷତି ହେବ। ଲକ୍ ଡାଉନ୍‌ ଅବଧି ବୃଦ୍ଧି କରାଯିବା ପରେ ରେଳବିଭାଗ ଏହି ନିଷ୍ପତ୍ତି ନେଇଛନ୍ତି। ରେଳବାଇର ଶୀର୍ଷ ନେତୃତ୍ବ କହିଛନ୍ତି ଯେ, ୨୨ ମାର୍ଚ୍ଚ ଠାରୁ ଏପ୍ରିଲ୍‌ ୧୪ ପର୍ଯ୍ୟନ୍ତ ଯାତ୍ରା ପାଇଁ କରାଯାଇଥିବା ୫୫ ଲକ୍ଷ ଟିକେଟ ପାଇଁ ୮୩୦ କୋଟି ଟଙ୍କାର ଫେରସ୍ତ ଦିଆଯିବ। ଦେଶରେ ୨୧ ଦିନିଆ ଲକ୍ ଡାଉନ୍‌ ଲାଗୁ ହେବାର ତିନି ଦିନ ପୂର୍ବରୁ ମାର୍ଚ୍ଚ ୨୨ରୁ ଟ୍ରେନ୍‌ ସେବାକୁ ସ୍ଥଗିତ ରଖାଯାଇଥିଲା। ପୁନର୍ବାର ଦେଶରେ ଲକଡାଉନ୍‌କୁ ତିନି ମେ’ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେଥିପାଇଁ ବୁକିଂ କରାଯାଇଥିବା ୩୯ ଲକ୍ଷ ଟିକେଟ ପାଇଁ ୬୬୦ କୋଟି ଟଙ୍କା ଅର୍ଥକୁ ଫେରାଇ ଦିଆଯିବ। ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରାଯିବା ପରେ ଟ୍ରେନ୍‌ ଯାତ୍ରା ପାଇଁ କରାଯାଇଥିବା ଟିକେଟ୍‌ର ପଇସାକୁ ଫେରସ୍ତ ଦିଆଯିବ ବୋଲି ରେଳବାଇ ସୂଚନା ଦେଇଛନ୍ତି। ଅନ୍‌ଲାଇନ୍‌ ବୁକିଂ କରାଯାଉଥିବା ଯାତ୍ରୀଙ୍କ ଖାତାକୁ ସିଧାସଳଖ ପଇସା ଫେରସ୍ତ ଦିଆଯିବ। ସେହିପରି ସଂରକ୍ଷଣ କାଉଣ୍ଟରରେ ଟିକେଟ୍‌ ବୁକ୍‌ କରିଥିବା ଲୋକଙ୍କୁ ଜୁଲାଇ ୩୧ ପର୍ଯ୍ୟନ୍ତ ଟଙ୍କା ଫେରସ୍ତ ଦିଆଯିବ। ପ୍ରଧାନମନ୍ତ୍ରୀ ଦ୍ବିତୀୟ ଥର ଲକ୍ ଡାଉନ୍‌ ଅବଧିକୁ ବୃଦ୍ଧି କରାଇବା ପରେ ଭାରତୀୟ ରେଳସେବା ମଧ୍ୟ ନିଜ ସେବାକୁ ସ୍ଥଗିତ ରଖିଛନ୍ତି। ଅନ୍ୟାଦେଶ ଆସିବା ପର୍ଯ୍ୟନ୍ତ ଟିକେଟ୍‌ର ଅଗ୍ରିମ ବୁକିଂ କରାଯିବ ନାହିଁ ବୋଲି କହିଛନ୍ତି ରେଳବାଇ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ