ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ ପକ୍ଷରୁ ପାରିଶ୍ରମିକ ଆଗୁଆ ପ୍ରଦାନ ପାଇଁ ଦାବି

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ ପକ୍ଷରୁ ଆଗୁଆ ପାରିଶ୍ରମିକ ପ୍ରଦାନ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଗୁରୁବାର ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନାକୁ ହଟାଇବା ସହ ଭାରତକୁ ଜିତାଇବା ଲକ୍ଷ୍ୟକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ,ସ୍ୱାସ୍ଥ୍ୟ ବିଭାଗର ଶେଷ କର୍ମଚାରୀ ଭାବେ ଆଶାକର୍ମୀମାନେ ନିଷ୍ଠାର ସହିତ ସେହି ଉଦେଶ୍ୟକୁ କାର୍ଯ୍ୟକାରି କରିବାକୁ ଅଙ୍ଗିକାର ବଦ୍ଧ ହୋଇଛି । ମାତ୍ର ଏ ଦୁର୍ଦ୍ଦିନ ସମୟରେ ପରିବାର ପ୍ରତିପୋଷଣ କରିବା ପାଇଁ ଦୈନିକ ପାରିଶ୍ରମିକକୁ ଅନ୍ୟ କର୍ମଚାରୀଙ୍କ ଭଳି ଆଗୁଆ ପ୍ରଦାନ କରିବାକୁ ସଙ୍ଘ ପକ୍ଷରୁ ଦାବି କରାଯାଇଛି । ଆଜକୁ ପ୍ରାୟ ଏକମାସ ହେବ ଲକଡାଉନ ଯୋଗୁଁ ଆଶାକର୍ମୀମାନଙ୍କ ପରିବାର ଚଳାଇବା ବହୁ କଷ୍ଟକର ହୋଇପଡିଛି । ତେଣୁ ସେମାନଙ୍କୁ ଆଗୁଆ ପାରିଶ୍ରମିକ ପ୍ରଦାନ କରାଯିବାକୁ ସଙ୍ଘର ଜିଲ୍ଲା ସଭାପତି ଆଇନଜୀବି ବିକାଶ ଚନ୍ଦ୍ର ବେଉରା, ଉପଦେଷ୍ଟା ଆଇନଜୀବି ରମଣୀରଞ୍ଜନ ରାଉତରାୟ, ଜିଲ୍ଲା ସମ୍ପାଦିକା କାନ୍ତିପ୍ରଭା ନାୟକ, ମହାକାଳପଡା ସିଏଚସିର ଭଗବତୀ ନାୟକ, ଇନ୍ଦୁପୁର ସିଏଚସିର ନନ୍ଦିନୀ ସ୍ୱାଇଁ, ରାଜନଗର ସିଏଚସିର କୈାଶଲ୍ୟା ମଲ୍ଲିକ, ମହାକାଳପଡା ସିଏଚସିର ମିନତୀ ଦାସ, ମାନିନୀ ମଲ୍ଲିକ, ସଶ୍ମିତା ବାରିକ, ସରସ୍ୱତୀ ସ୍ୱାଇଁ ସିଡିଏମଓଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ (ପରିବାର କଲ୍ୟାଣ) ଡା. ସଚିଦାନନ୍ଦ ମିଶ୍ରଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହି ିଦାବିପତ୍ର ପ୍ରଦାନ ସମୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ଆଶାକର୍ମୀ ସଂଯୋଜିକା ଯଶୋସିନୀ ସାହାଣୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ