ଝରସୁଗୁଡା ଠାରେ ଅତ୍ୟାଧୁନିକ କୋଭିଡ୍‌-୧୯ ସ୍ୱତନ୍ତ୍ର ଡାକ୍ତରଖାନାର ଚୁକ୍ତିନାମା ସ୍ୱାକ୍ଷରିତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଝାରସୁଗୁଡା ଜିଲ୍ଲା ମହକୁମା ଠାରେ ଅତ୍ୟାଧୁନିକ କୋଭିଡ୍‌-୧୯ ସ୍ୱତନ୍ତ୍ର ଡାକ୍ତରଖାନାର ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିବା ପାରଳାଖେମୁଣ୍ଡି ସ୍ୱାଭିମାନ ମଞ୍ଚର ଅଧ୍ୟକ୍ଷ ତଥା ହାଇଟେକ୍ ଗୃପ୍‌ର ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ ଆଜି ଏକ ପ୍ରେସ୍ ବିବୃତିରେ ଏହା ସୁଚନା ଦେଇଛନ୍ତି । ସେ କହିଛନ୍ତି, ଝାରସୁଗୁଡା ସହରର ମଙ୍ଗଳା ବଜାର ଠାରେ ଥିବା ପୁରୁଣା ଜିଲ୍ଲା ଡାକ୍ତରଖାନା କୋଠାରେ ଏହି ସ୍ୱତନ୍ତ୍ର ଡାକ୍ତରଖାନା ଆଗାମୀ ୨୨ ତାରିଖ ଠାରୁ ଆରମ୍ଭ ହୋଇ ସାଧାରଣଙ୍କ ସେବାରେ ନିୟୋଜିତ ହେବ । ଏହି ଡାକ୍ତରଖାନା ଆରମ୍ଭ ପାଇଁ ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ହାଇଟେକ୍ ସହ ଚୁକ୍ତିନାମା ସ୍ୱାକ୍ଷରିତ କରିଛନ୍ତି । ଏହି ସ୍ୱାକ୍ଷରରେ ହାଇଟେକ୍ ମେଡିକାଲ କଲେଜ ତରଫରୁ ଚିଫ୍ ଅପରେଟିଙ୍ଗ ଅଫିସର ଜ୍ୟୋତି ରଞ୍ଜନ ପଣ୍ଡା ଏବଂ ପ୍ରଶାସକ ସତ୍ୟ ସ୍ୱରୁପ ମହାନ୍ତି ଯୋଗ ଦେଇଥିଲେ । ଏହି ଡାକ୍ତରଖାନା ଅତି ତୁରନ୍ତ ଆରମ୍ଭ ପାଇଁ ସମସ୍ତ ନିର୍ମାଣ କାର୍ଯ୍ୟ ଆଦି ଶେଷ ପର୍ଯାୟରେ ପହଞ୍ଚିଛି । ହାଇଟେକ୍ ଗୃପ୍‌ର ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ ଏ ନେଇ କହିଛନ୍ତି,ଅତ୍ୟାଧୁନିକ ଯାନ୍ତ୍ରୀକ ପଦ୍ଧତି ଦ୍ୱାରା କୋଭିଡ୍‌-୧୯ ସ୍ୱତନ୍ତ୍ର ଡାକ୍ତରଖାନା ଅତି ତୁରନ୍ତ କାର୍ଯ୍ୟାରମ୍ଭ କରିବ । କରୋନା ଆତଙ୍କରୁ ଲୋକଙ୍କୁ ସୁରକ୍ଷା ଦେବା ସହ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଲୋକଙ୍କୁ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଝାରସୁଗୁଡା ଠାରେ ହାଇଟେକ୍ ଦ୍ୱାରା ଏହି କୋଭିଡ୍‌-୧୯ ଡାକ୍ତରଖାନାର ସମସ୍ତ ପ୍ରସ୍ତୁତି କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି । ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବାରେ ଅଭିଜ୍ଞ ଥିବା ବରିଷ୍ଠ ଡାକ୍ତରୀ ଦଳ,ସମସ୍ତ ଟେକନିୟସିନ୍‌,ଆବଶ୍ୟକୀୟ କର୍ମଚାରୀ ପ୍ରାୟତଃ ସମସ୍ତଙ୍କୁ ଏଠାରେ ରହି ୨୪ଘଣ୍ଟିଆ ଲୋକଙ୍କୁ ସେବା ଯୋଗାଇ କରୋନାର ମୁକାବିଲା କରାଯିବ । ସାଧାରଣଙ୍କ ସ୍ୱାସ୍ଥ୍ୟସେବା ପାଇଁ ଉତ୍ସର୍ଗ କରିଥିବା ହାଇଟେକ୍‌କୁ ଏହାର ଦାୟିତ୍ୱ ଦେଇଥିବାରୁ ଅତ୍ୟନ୍ତ ଗୁରୁତ୍ୱ ଦେଇ ଲୋକଙ୍କୁ ସେବା ଯୋଗାଇବୁ । ଏଥି ପାଇଁ ରାଜ୍ୟ ସରକାରଙ୍କ ଠାରେ ହାଇଟେକ୍ ସଦାସର୍ବଦା ଋଣୀ ଅଟେ ବୋଲି ଡ.ପାଣିଗ୍ରାହୀ ଜଣାଇ ସ୍ଥାନୀୟ ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସମେତ ଜିଲ୍ଲା ପ୍ରଶାସନକୁ ଏଥି ପାଇଁ ସାଧୁବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ