ଆଗାମୀ ୭ ଦିନ ଭିତରେ ଭୁବନେଶ୍ବରରେ ପାଞ୍ଚ ହଜାର ଟେଷ୍ଟ କରାଯିବ: ଅସିତ୍‌ ତ୍ରିପାଠୀ

ଭୁବନେଶ୍ବର: କରୋନା ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ଅବସରରେ ଭୁବନେଶ୍ବର ପାଇଁ ସ୍ବତନ୍ତ୍ର ଷ୍ଟ୍ରାଟେଜିର ଘୋଷଣା କଲେ ମୁଖ୍ୟ ଶାସନ ସଚିବ। ଭୁବନେଶ୍ବର କରୋନାର ହଟସ୍ପଟ୍‌ ହୋଇଥିବାରୁ ଏଠାରେ ବ୍ୟାପକ ଟେଷ୍ଟ କରାଯିବ। ୫ ହଜାର ଯାଏଁ ଟେଷ୍ଟ କ୍ଷମତା ବଢାଇବାକୁ ପ୍ରସ୍ତୁତି କରାଯାଇଛି। ସାତ ଦିନ ମଧ୍ୟରେ ଭୁବନେଶ୍ବରରେ ୫ ହଜାରର ଟେଷ୍ଟ ହେବ। ତେବେ ଏଥିପାଇଁ ଜନସାଧାରଣଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ମୁଖ ଶାସନ ସଚିବ। ଚାରୋଟି କ୍ୟାଟେଗାରୀରେ ଲୋକଙ୍କୁ ଚୟନ କରାଯାଇ ସାମ୍ପଲ୍‌ ନିଆଯିବ। ଟ୍ରାଭେଲ୍‌ ହିଷ୍ଟ୍ରି ଥିବା ଲୋକ, ଲକ୍ଷଣ ଥିବା ଲୋକଙ୍କ ସାମ୍ପଲ୍‌ ନିଆଯିବ। ୬୦ବର୍ଷରୁ ଅଧିକ ବୟସ୍କ ଓ ପୂର୍ବରୁ ରୋଗ ଥିବା ଲୋକଙ୍କ ଟେଷ୍ଟ କରାଯିବ। ସେହିପରି ସ୍ବାସ୍ଥ୍ୟ କର୍ମୀ, ପୋଲିସ୍‌, କର୍ମଚାରୀଙ୍କ ସାମ୍ପଲ୍‌ ଟେଷ୍ଟ ମଧ୍ୟ କରାଯିବା। ଭୁବନେଶ୍ବରରେ ନମୁନା ସଂଗ୍ରହ ପାଇଁ ସ୍ବତନ୍ତ୍ର କ୍ୟାମ୍ପ୍‌ କରାଯିବ। ଉଭୟ ସ୍ଥାୟୀ ଓ ଭ୍ରାମ୍ୟମାଣ୍ୟ କ୍ୟାମ୍ପ୍‌ କରି ସାମ୍ପଲ୍‌ ସଂଗ୍ରହ କରାଯିବ। ଗୋଟିଏ ଘରୋଇ ଲ୍ୟାବ୍‌କୁ ମିଶାଇ ୭ଟି ଲ୍ୟାବ୍‌ରେ କରୋନା ପରୀକ୍ଷା ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ