ଚାଳଘର ସାହିତ୍ୟ ସଂସଦ କରୋନା ମୁକାବିଲା ପାଇଁ ଦେଲେ ୫୧ ହଜାର ଟଙ୍କା

ଯାଜପୁର,(ଓ୍ବାଇଏନ୍ଏସ୍):ଯାଜପୁର ଜିଲ୍ଲାର ପ୍ରଥମ ସାହିତ୍ୟ ଅନୁଷ୍ଠାନ ଭାବେ ବରୀର ଚାଳଘର ସାହିତ୍ୟ ସଂସଦ ପକ୍ଷରୁ କରୋନା ସହଯୋଗ ପାଇଁ ଏକାବନ ହଜାର ଟଙ୍କାର ସହାୟତା ଜିଲ୍ଲାପାଳ ରଂଜନ କୁମାର ଦାସଙ୍କୁ ପ୍ରଦାନ କରିଛନ୍ତି । ଗୁରୁବାର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟଠାରେ ଚାଳଘର ସାହିତ୍ୟ ସଂସଦର ସଭାପତି ବିରଜା ପ୍ରସାଦ ପରିଡ଼ା, ସଂପାଦକ ପ୍ରତାପ ଚନ୍ଦ୍ର ଦାସ, କୋଷାଧ୍ୟକ୍ଷ ଅଜୟ କୁମାର ରଥ ଓ ସଦସ୍ୟ ଉତ୍କଳ କେଶରୀ ଜେନା ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଏହି ଅର୍ଥ ପ୍ରଦାନ କରିଥିଲେ । ସାହିତ୍ୟ ଅନୁଷ୍ଠାନ ମାନେ କେବଳ ସାହିତ୍ୟ ସଂସ୍କୁତି ପ୍ରଚାର ନୁହେଁ ବରଂ ବିପର୍ଯ୍ୟୟ ସମୟରେ ଅସହାୟଙ୍କୁ ସହାୟତା ପାଇଁ ଯେ ମାନବିକତାର ହସ୍ତ ସଂପ୍ରସାରଣ କରିପାରନ୍ତି ଏହାର ଜ୍ୱଳନ୍ତ ଉଦାହରଣ ଚାଳଘର ସାହିତ୍ୟ ସଂସଦ ବୋଲି ଜିଲ୍ଲାପାଳ ମତଦେବା ସହ ଏପରି ସାଧୁଉଦ୍ୟମ ପାଇଁ ପ୍ରଶଂସା କରିଥିଲେ । ଅନ୍ୟ ସାହିତ୍ୟ ଅନୁଷ୍ଠାନ ମଧ୍ୟ ଏହାଦ୍ୱାରା ଅନୁପ୍ରାଣିତ ହେବେ ବୋଲି ଶ୍ରୀଦାସ ଆଶାପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ