ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ମାସ୍କ ଓ ସାବୁନ ବଣ୍ଟନ
ହାଟଡ଼ିହି (ଓ୍ବାଇଏନ୍ଏସ୍) : ଜମ୍ଭରା ଠାରେ ଥିବା ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ କରୋନା ମୁକାବିଲା ପାଇଁ ଲୋକମାନଙ୍କୁ ମାସ୍କ, ସାବୁନ ବଣ୍ଟନ କରାଯିବା ସହିତ ଘରଘର ବୁଲି ସଚେତନ କରାଯାଇଛି । ରାଧାଗୋବିନ୍ଦ ଫାଉଣ୍ଡେସନର ସଭାପତି ପଞ୍ଚାନନ ମହାନ୍ତିଙ୍କ ନେତୃତ୍ୱରେ ଚିତ୍ତରଞ୍ଜନ ମଲ୍ଲିକ, ଅରୁପ କୁମାର ରାଉତ, ରାଜ କିଶୋର ପରିଡା, ସନ୍ତୋଷ କୁମାର ମଲ୍ଲିକ, ଅରୁଣ କୁମାର ହାତୀ, ରାଜ କିଶୋର ମଲ୍ଲିକ, ଚନ୍ଦନ ମହାନ୍ତି, ଶୌରୀ ରଞ୍ଜନ ମହାନ୍ତି, ସ୍ମୃତି ରଞ୍ଜନ ରାଉତ, ଆକାଶ ଭୂଷଣ ରାଉତ, ଶାନ୍ତନୁ କୁମାର ଜେନା, ସୁଶାନ୍ତ ଜେନାଙ୍କ ସମେତ ବହୁ ସଦସ୍ୟ ମଝିଗାଁ, ଜମ୍ଭରା, ଆଗିରିଆ, ଶାଳବଣି ପ୍ରଭୃତି ଗ୍ରାମରେ ଘରଘର ବୁଲି ୨୫୦ପରିବାରକୁ ସାବୁନ ଓ ୫୦୦ମାସ୍କ ବଣ୍ଟନ କରିବା ସହିତ କିପରି ସାବୁନରେ ହାତ ଧୋଇବ, କିପରି ସାମାଜିକ ଦୁରତା ରକ୍ଷାକରି ଚଳିବ ଓ ଘରେ ରୁହ ସୁସ୍ଥ ରୁହ ବୋଲି ସଚେତନ କରାଇଥିଲେ । ଏହି ଅବସରରେ ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ-୧୯ ରିଲିଫ ଫଣ୍ଡକୁ ୧୨୫୦୦ ଓ ପ୍ରଧାନମନ୍ତ୍ରୀ କୋଭିଡ-୧୯ ରିଲିଫ ଫଣ୍ଡକୁ ୧୫ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ ।