ପ୍ରଧାନଶିକ୍ଷକ ଓ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅବସର ବିଦାୟ ସମ୍ବର୍ଦ୍ଧନା
ହାଟଡ଼ିହି (ଓ୍ବାଇଏନଏସ): ହାଟଡ଼ିହି ବ୍ଲକ ଅଧିନସ୍ଥ ଶାଳଣିଆଁ ଆଞ୍ଚଳିକ ସାଧନକେନ୍ଦ୍ର ପକ୍ଷରୁ ଶାଳଣିଆଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରତ୍ନାକର ଦ୍ୱିବେଦୀ ଓ ମନୋହରପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଳାସିନୀ ଖୁଣ୍ଟିଆଙ୍କୁ ସାଧନ କେନ୍ଦ୍ର ସ୍ତରୀୟ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ମନୋହରପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଶାଳଣିଆଁ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ କୋଦଣ୍ଡଧର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ପୂର୍ବତନ ହାଟଡିହି ବ୍ଲକ ଶିକ୍ଷାଅଧିକାରୀ ଧନେଶ୍ୱର ଖଣ୍ଡେଇ, ମୁଖ୍ୟବକ୍ତା ଭାବେ ପୂର୍ବତନ ଅତିରିକ୍ତ ଗୋଷ୍ଠୀ ଅଧିକାରୀ ସୁରେଶ କୁମାର ଜେନା, ସମ୍ମାନିତ ଅତିଥି ଭାବେ ପ୍ରାଥମିକ ଶିକ୍ଷକ ସଂଘ ହାଟଡ଼ିହିର ପୂର୍ବତନ ଉପସଭାପତି ଲକ୍ଷ୍ମୀଧର ସେଠୀ , ତେମଳା ଉ. ପ୍ରା ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଜେନା, ହାଟଡ଼ିହି ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଶ୍ରୀକାନ୍ତ ବିଶ୍ୱାଳ ,ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ଦାସ , ସି.ଆର୍.ସି.ସି. ଜତିବ୍ରତ ସ୍ୱାଇଁ, ଶିକ୍ଷାବିତ ନାରାୟଣ ପାତ୍ର ଓ ସନ୍ଧ୍ୟାରାଣୀ ପେରେଇ ପ୍ରମୁଖ ଯୋଗଦେଇ ବିଦାୟୀ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଆଦର୍ଶ ଶିକ୍ଷାଦାନ, ଶିକ୍ଷଣୀୟ ଗୁଣାବଳି ଉପରେ ଆଲୋକପାତ କରିଥିଲେ। ପରେ ଅତିଥି ମାନେ ଶାଳଣିଆଁ କ୍ଳଷ୍ଟର ତରଫରୁ ବିଦାୟୀ ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ଦୁହିଁଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ପ୍ରଧାନ ଶିକ୍ଷକ ଗଜେନ୍ଦ୍ର ସେଠୀ ଅତିଥି ପରିଚୟ ଓ ସଭା କାର୍ଯ୍ୟ ସଞ୍ଚାଳନ କରିଥିବା ବେଳେ ଶିକ୍ଷକ ବ୍ରଜକିଶୋର ସ୍ୱାଇଁ , ଦିପ୍ତିମୟୀ ରାଉତ ମାନପତ୍ର ପାଠ କରିଥିଲେ। ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ନାୟକ ଧନ୍ୟବାଦ୍ ଦେଇଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ବାଣୀବନ୍ଧନା ପଟ୍ଟନାୟକ , ଗୀତାରାଣୀ ସା , ସିତାଲତା ପାତ୍ର, ପ୍ରତିମା ଖଟୁଆ , ସୁଚିତ୍ରା ମହାନ୍ତି , ପ୍ରିୟଙ୍କା ସାହୁ, ନମିତା ଦାସ , ଅନୁସୟା ପଣ୍ଡା ,ବାସନ୍ତୀ ସେଠୀ , ଏବଂ ଶିକ୍ଷକ ରବିନାରାୟଣ ରଣା , ପ୍ରଦୀପ ଘୋଷ , ବାଦଲ ଜେନା , ପ୍ରକାଶ କୁମାର ଦାସ , ନିର୍ମଳ ଭଟ୍ଟାଚାର୍ଯ୍ୟ , ନିତ୍ୟାନନ୍ଦ ଘଡେ଼ଇ ,ସୁରେନ୍ଦ୍ର କୁମାର ଦାସ , ଶରତ ବାରିକ , ଦୀନବନ୍ଧୁ ପଡ଼ିଆରି , ବିରଞ୍ଚିନାରାୟଣ ମହାପାତ୍ର, ବିଜୟ କୁମାର ସ୍ବାଇଁ , କୃଷ୍ଣ ଚନ୍ଦ୍ର ରାଉତ, ବିମ୍ବାଧର ମିଶ୍ର , ସମ୍ବିତ ପଣ୍ଡା ,ପବିତ୍ର ସା , ଭାଗିରଥି ଚଇନି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


