ନଦୀରେ ବୁଡ଼ି ବୃଦ୍ଧାଙ୍କ ମୃତ୍ୟୁ

ହିଞ୍ଜିଳିକାଟୁ,(ୱାଇଏନଏସ): ହିଞ୍ଜିଳି ଥାନା ପିତଳ ଗ୍ରାମର ଜଣେ ବୃଦ୍ଧା ଶୁକ୍ରବାର ଗ୍ରାମ ନିକଟସ୍ଥ ଋଷିକୂଲ୍ୟା ନଦୀରେ ବୁଡ଼ିଯାଇ ମୃତ୍ୟୁ ଘଟିଛି । ମୃତକ ଜଣକ ସଂପୃକ୍ତ ଗ୍ରାମ ହରିଜନ ସାହିର ବିଜୟ ନାଇକ (୫୨) । ଏ ନେଇ ହିଞ୍ଜିଳି ଥାନାରେ ନଂ- ୬/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଶବକୁ ଜବତ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି । ପ୍ରକାଶ ଯେ, ବୃଦ୍ଧା ଜଣକ ଶୁକ୍ରବାର ସକାଳେ ଗାଧୋଇବା ସକାଶେ ଗ୍ରାମ ନିକଟସ୍ଥ ଋଷିକୂଲ୍ୟା ନଦୀକୁ ଯାଇ ଫେରି ନଥିଲେ । ମଧ୍ୟାନ୍ନରେ ନଦୀରେ ବୃଦ୍ଧଙ୍କ ମୃତ ଦେହ ଭାସୁଥିବାର ଗ୍ରାମର କିଛି ବ୍ୟକ୍ତି ଦେଖି ଉଦ୍ଧାର କରିଥିଲେ । ସେତେବେଳକୁ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ