ଦୂରଦର୍ଶନରୁ ପିଲା ପଢିବେ ପାଠ
ଭୁବନେଶ୍ବର : ଲକ୍ଡାଉନ୍ ଯୋଗୁ ଛାତ୍ରଛାତ୍ରୀଙ୍କ ପାଠପଢା ବାଧାପ୍ରାପ୍ତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି। ଭାରତୀୟ ପ୍ରସାର ଭାରତୀ ଦୂରଦର୍ଶନରେ ଏଣିକି ପାଠ ପଢିବେ ଛାତ୍ରଛାତ୍ରୀ। ଲକ୍ଡାଉନ୍ କାରଣରୁ ସମସ୍ତ ବିଦ୍ୟାଳୟ ବନ୍ଦ ରହିଥିବା କାରଣରୁ ଦୂରଦର୍ଶନରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପାଠ ପଢାଯିବ। ପ୍ରତ୍ୟେକ ସୋମବାରରୁ ଶୁକ୍ରବାର ଦୈନିକ ଦୁଇ ଥର ଏହି ଭିଡିଓ ପ୍ରସାରଣ କରାଯିବ। ଦିନ ୧୧ଟାରୁ ୧୨ଟା ଏବଂ ଅପରାହ୍ନ ୩.୩୦ରୁ ୪.୩୦ ପର୍ଯ୍ୟନ୍ତ ଏହି ଭିଡିଓ ପ୍ରସାରିତ ହେବ। ଏଜୁସାଟ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ୩୪ଟି ଭିଡିଓକୁ ଏପ୍ରିଲ୍ ୨୦ରୁ ମେ ୧୨ ତାରିଖ ପର୍ଯ୍ୟନ୍ତ ପୁନଃପ୍ରସାରଣ କରାଯିବ। ଏହି ପାଠ୍ୟକ୍ରମରେ ଗଣିତ, ଭୂଗୋଳ, ଇଂରାଜୀ ଏବଂ ବିଜ୍ଞାନକୁ ସାମିଲ କରାଯାଇଛି।


