ରଜ ପାଇଁ ପଦେ
ରଜ ହେଉଛି ଓଡିଶାର ଏକ ପାରମ୍ପରିକ ପର୍ବ ଓ ଗଣପର୍ବ ଭାବେ ବେଶ ପରିଚିତ । ଏହି ପର୍ବକୁ ଧୁମଧାମରେ ତିନି ଦିନ ଧରିପାଳନ କରାଯାଏ । ଗାଁ ଠାରୁ ସହର ସବୁଠି ଖୁସର ଲହରୀ ଦେଖିବାକୁ ମିଳିଥିବା ବେଳେ ୨୦୧୯ ରଜପର୍ବ ଟିକିଏ ଫିକା ପଡିଯାଇଛି । ସମସ୍ତଙ୍କ ମୁହଁରେ ହସ ଖୁସି ସାଙ୍ଗ ସାଥି ମେଳରେ ମଜା ମଜଲିସ ଦେଖିବାକୁୂ ମିଳୁଛି ସତ କିନ୍ତୁ ଆଉ ରଜ ଦୋଳିର ଖେଳ ଦେଖିବାକୁ ମିଳୁନାହିଁ । ଧିରେ ଧିରେ ଲୋପ ପାଇଯାଉଛି ରଜ ଦୋଳିର ମଜା । ଧିରେ ଧିରେ ଲୋକମାନେ ଏହି ପର୍ବକୁ କିଛି ଅଲଗା ଓ ନିଆରା ଢଙ୍ଗରେ ବନାଇବାକୁ ଚେଷ୍ଟା କରିଥାନ୍ତି । ଯେଉଁ ଯୁବତୀ ମାନେ ରଜପର୍ବ ରେ ମନୋରଞ୍ଜନ କରିବା ସହ ରଜର ମଜା ନେବାକୁ ଚାହୁଁଥିଲେ ସେମାନଙ୍କ ମୁହଁରେ କିଛି ଟା ରଜଦୋଳରେ ଖେଳରେ ନିରାଶ ହେବାକୁ ମିଳିଛି । କାରଣ ମହାକାଳର ଘୂର୍ଣ୍ଣନ ମଧ୍ୟରେ ଆସେ ଅନେକ ସୁସମୟ ଓ ଅନେକ ଦୁ ସମୟ ଏମିତି ଏକ ଦୁସମୟ କାଳବେଳ ଥିଲା ସାମୁଦ୍ରିକ ବାତ୍ୟା ଫନୀ । ଫନିର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ଗଛଲତା ଆଦି ଉପୁଡିପଡିଛି । ଫନୀର ପ୍ରଭାବରେ ପ୍ରଭାବିତ ହୋଇଥିବା ରାଜ୍ୟବାସୀଙ୍କର ମେରୁଦଣ୍ଡ ଦୋହଲି ଯାଇଥିବା ବେଳେ ରଜ ଭଳି ଓଡିଶାର ଗଣପର୍ବକୁ ମଧ୍ୟ ପୁରା ଫିକା କରିଦେଇଛି । ରଜ ଦୋଳି ବାନ୍ଧିବାକୁ ସୁରକ୍ଷିତ ଗଛ ଟିଏ ବି ନାହିଁ । ଏହି ରଜଦୋଳି ଖେଳିବାର ନିଆରା ଅନୁଭୁତିକୁ ଝିଅ ଠାରୁ ଆରମ୍ଭ କରି କୁମାରୀ ମାନେ ଗତବର୍ଷ ସାଙ୍ଗସାଥିରେ ରଜଦୋଳିରେ ବିତାଇଥିବା କଥା ସିନା ମନେପକାଉଛନ୍ତି କିନ୍ତୁ ରଜଦୋଳି ଭଳି ଖେଳରୁ ବିରତି ରହିଯାଇଛନ୍ତି । କେଉଁଠି ରାଜ୍ୟର ବିଭିନ୍ନ ସ୍ଥାନରେ ରଜପର୍ବକୁ ଧୁମଧାମରେ ପାଳନ କରୁଥିବାବେଳେ ଆଉ କେଉଁଠି ଯୁବତୀ ମାନେ ନିରାଶ ହୋଇ ମନକୁ ବୁଝାଇଦେଇଛନ୍ତି ।


