ପୁଲିସ ଦ୍ୱାରା ୩ଟା ମୋବାଇଲ ଉଦ୍ଧାର

ଧାମନଗର (ଓ୍ବାଇଏନଏସ): ଧାମନଗର ପୋଲିସର ତତ୍ପରତା ଓ ସଫଳତା ଏବଂ କାର୍ଯ୍ୟଦକ୍ଷତାର ଆଉ ଏକ ଉଦାହରଣ ସାମ୍ନାକୁ ଆସିଛି। ହଜିଯାଇଥିବା ମୋବାଇଲକୁ (ସି.ଈ.ଆଇ. ଆର)ପୋର୍ଟାଲ ମାଧ୍ୟମରେ ମାତ୍ର ବହୁତ କମ ସମୟରେ ୩ଟା ମୋବାଇଲ ଠାବ କରି ଉଦ୍ଧାର କରିଛି ପୋଲିସ। ସୋମବାର ସନ୍ଧ୍ୟାରେ ଧାମନଗର ଥାନା ଏସଆଇ ନାରାୟଣ ନାୟକ ହଜିଯାଇଥିବା ତିନି ଜଣ ଅଭିଯୋଗ କାରିଙ୍କ କାଗଜପତ୍ରକୁ ତଦନ୍ତ କରିବା ପରେ ଉଦ୍ଧାର ହୋଇଥିବା ମୋବାଇଲ ଫୋନ ଆଇଆଇସିଙ୍କ ଦ୍ୱାରା ତିନି ଜଣ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ନିଜର ହଜିଯାଇଥିବା ମୋବାଇଲ ଫୋନ ଫେରି ପାଇବା ପରେ ଅଭିଯୋଗ କାରି ମାଲିକ ମାନେ ଖୁସି ବ୍ୟକ୍ତ ପ୍ରକାଶ କରିବା ସହିତ ଆଇଆଇସି ଶୁଭ୍ରଜିତ ଦାଶ ଏବଂ ସବ୍-ଇନ୍ସପେକ୍ଟର ନାରାୟଣ ନାୟକଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଜଣାଇଛନ୍ତି।ସାଧାରଣ ଲୋକଙ୍କୁ (ସି.ଈ.ଆଇ.ଆର) ପୋର୍ଟାଲ ମାଧ୍ୟମରେ ହଜିଥିବା ମୋବାଇଲ ଉଦ୍ଧାର କରି ପ୍ରକୃତ ମାଲିକଙ୍କୁ ଚିହ୍ନଟ ପରେ ମୋବାଇଲ ଫେରାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏଭଳି ଜନସେବା କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଉଛି। ତେବେ ଯଦି କୌଣସି ବ୍ୟକ୍ତିର ମୋବାଇଲ ହଜିଯାଏ ତାହେଲେ ସଙ୍ଗେ ସଙ୍ଗେ ଥାନାରେ ଲିଖିତ ଜଣାଇଲେ ଯଥାଶୀଘ୍ର ମୋବାଇଲ ଫେରି ପାଇବେ ବୋଲି ଏସଆଇ ଶ୍ରୀ ନାୟକ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ