ବିଦେଶୀ ମଦ ବୋଝେଇ ଟ୍ରକ୍ ଜବତ, ଡ୍ରାଇଭର ଅଟକ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):ଆଜି ସକାଳ ୮ ଘଣ୍ଟା ସମୟରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ୍ ଓ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର ଧରଣୀଧର ବେହେରା ମିଳିତ ଭାବେ ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ କେବିରି ବ୍ରହ୍ମପୁର ଠାରେ ସନ୍ଦେହ ଜନକ ଭାବେ ଥିବା ଏକ ଦଶ ଚକିଆ ଟ୍ରକ୍ କୁ ଜବତ କରିଥିଲେ ।ସେଥିରେ ଥିବା ଚାରୋଟି କମ୍ପାନୀର ପ୍ରାୟ ୯୦୦ ପେଟୀ ବିଦେଶୀ ମଦ ଥିବା ଗାଡିକୁ ଜବତ କରି ପୋଲିସକୁ ହସ୍ତାନ୍ତର କରିଥିଲେ ।ଖବର ପାଇ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଓ ଭଞ୍ଜନଗର ଥାନାଧିକାରୀ ସୁଦୀପ୍ତ କୁମାର ସାହୁ ଟ୍ରକ୍ ପାଖରେ ପହଞ୍ଚି ଡ୍ରାଇଭରକୁ ନେଇ ତଦନ୍ତ ଆରମ୍ଭ କରିଥିଲେ ।ଡ୍ରାଇଭର କେବିରି ଗ୍ରାମର ଯୋଗୀ ପାଳ ଦେଇଥିବା ସୂଚନା ପ୍ରକାରେ ମାର୍ଚ୍ଚ ୨୦ ତାରିଖ ଠାରୁ ଟ୍ରକ୍ ରେ ଭୁବନେଶ୍ୱର ମୁଖ୍ୟ ଡିପୋରୁ ମାଲ୍ ବୋଝେଇ ହୋଇ ସେହିଦିନ ରାତି ୨ଟା ସୁଦ୍ଧା ଗଞ୍ଜାମ ଜିଲ୍ଲା କନିଷି ଡିପୋରେ ଗାଡି ପହଞ୍ଚି ଥିଲା ।ଲକ୍ ଡାଉନ୍ ଯୋଗୁଁ ଜିନିଷ ଅନଲୋଡ୍ ହୋଇପାରିନଥିଲା ।ଟ୍ରକ୍ ମାଲିକ ବିଡିପୁରର ବିକାଶ ପୋଲାଇଙ୍କ ନିର୍ଦ୍ଦେଶ କ୍ରମେ ଗାଡିକୁ ଆଣି ବିଡିପୁରରେ ରଖାଯାଇଥିଲା ।ଗତ ତିନି ଦିନ ତଳେ ବିଡିପୁରରୁ ମଦ ବୋଝେଇ ଟ୍ରକ୍ ଆଣି ନିଜ।ଘର ପାଖରେ ରଖିଥିଲା ବୋଲି ପ୍ରକାଶ କରିଛି ।ପୋଲିସର ପ୍ରାଥମିକ ତଦନ୍ତରୁ ପ୍ରାୟ ୫୦ ପେଟି ମାଲ୍ କମ୍ ଥିବା ଜଣାପଡିଛି ।କନିଷି ପୋଲିସ ପ୍ରଶାଶନକୁ ଗାଡି ହସ୍ତାନ୍ତର ନ କରି କେମିତି ଗାଡି ନିଜ ଗ୍ରାମକୁ ଆସିଥିଲା ବୋଲି ପୋଲିସ ପ୍ରଶ୍ନ କରିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ