ଅଟୋ ଧକ୍କାରେ ବାଇକ ଚାଳକ ମୃତ, ସାଥୀ ଗୁରୁତର

ହିଞ୍ଜିଳିକାଟୁ , (ଶେଷଦେବ ସାହୁ) : ୫୯ ନଂ ଜାତୀୟ ରାଜପଥ ହିଂଜିଳି ଥାନା ସମରଝୋଳ ଛକ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ଡ଼ାଲା ଅଟୋ ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ସାଥୀ ଗୁରୁତର ଆହତ ହୋଇଛନ୍ତି । ଆହାତ ଯୁବକ ଜଣକ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ମୃତକ ଜଣଙ୍କ ପରିଚୟ ପୋଲସରା ଥାନା ଭଟଖାଲି ଗ୍ରାମର ଅନିଲ ସେଠୀ (୨୭) ଓ ଗୁରୁତର ଆହତ ଜଣକ ବାଦଗଡ଼ ଗ୍ରାମର ବିଚିତ୍ର ସେଠୀ (୩୫) ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ ଗୁରୁବାର ବିଳମ୍ବିତ ରାତିରେ ବ୍ରହ୍ମପୁର ଠାରୁ ହୋଣ୍ଡା ୟୁନିକର୍ଣ୍ଣ ବାଇକ (ଓଡ଼ି୩୨ଡ଼ି ୬୦୨୪) ଯୋଗେ ଦୁଇ ଯୁବକ ଗ୍ରାମକୁ ଫେରୁଥିବା ବେଳେ ବ୍ରହ୍ମପୁର ଠାରୁ ଆସିକା ଅଭିମୁଖେ ଯାଉଥିବା ଏକ ଡ଼ାଲା ଅଟୋ ବାଇକ ପଛ ପଟକୁ ଧକ୍କା ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା । ଦୂର୍ଘଟଣାରେ ୨ ଯୁବକ ରାସ୍ତା କଡ଼କୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ । ଖବର ପାଇ ହିଂଜିଳି ପୋଲିସ ଗୁରୁତର ୨ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତି କରିଥିଲେ । ସେଠାରେ ଡ଼ାକ୍ତର, ଅନିଲଙ୍କୁ ମୃତ ଘୋଷଣା କରିଥିଲେ । ଦୂର୍ଘଟଣାଗ୍ରସ୍ତ ବାଇକୁ ଜବତ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ