ଅଡୁଆରେ ସାଂସଦ ଅନୁଭବ ମହାନ୍ତ
ଅଭିନେତା ରୁ ନେତା ବନିଥିବା ସାଂସଦ ଅନୁଭବ ମହାନ୍ତି ଏବେ ଅଡୁଆରେ । ତାଙ୍କ ବିରୋଧରେ ଦୃର୍ବ୍ୟବହାର ର ସଙ୍ଗୀନ ଅଭିଯୋଗ ଆଣିିଛନ୍ତି ଜଣେ ମହିଳା । ଏହି ବିଷୟ ଉପରେ ମତ ରଖିବାକୁ ଯାଇ ଅନୁଭବ କହିଛନ୍ତି ଦୁଇ ଦିନ ପୂର୍ବେ ଜଣେ ଯୁବତୀ ଆସି ତାଙ୍କ ଘର ସମ୍ନାରେ ପାଟିତୁଣ୍ଡ କରିଥିଲେ ମୁଁ ତାଙ୍କୁ ବୁଝାସୁଝା କରି ବାକୁ ଚେଷ୍ଟା କରିଥିଲି ଏହା ପରେ ମୁଁ ପୋଲିସ ଡାକି ଯୁବତୀ ଙ୍କୁ ନେଇ ତାଙ୍କ ଘରେ ଛାଡିଦେବା ପାଇଁ କହିଥିଲି । ସେ ଆହୁରି ମଧ୍ୟ କହିଛନ୍ତି ମୁଁ ଯୁବତୀ ଙ୍କୁ ଏଭଳି ବ୍ୟବହାର କରିବାର ପ୍ରଶ୍ନ ଉଠୁନି । ମୁ ରାଜନୀତି କୁ ଆସିବାପରେ କିଛି ଲୋକ ମୋ ଉପରେ ଅସହିଷ୍ଣୁ ହୋଇପଡିଛନ୍ତି ଏହି ଭଳି ମିଥ୍ୟା ଆରୋପ ଆସିବ ବୋଲି ମୁଁ ଅନୁମାନ କରୁଥିଲି । ଯିଏ ଏହି ନାଟକ ପଛରେ ଅଛି ସେ ଧରା ପଡିବା ଉଚିତ । ସୂଚନା ଅନୁସାରେ ଜଣେ ଯୁବତୀ କଟକ ର ପୁରୀଘାଟ ଥାନାରେ ଅନୁଭବ ଓ ତାଙ୍କ ଭାଇ ଅନୁପ୍ରାସ ଙ୍କ ନାଁ ରେ ଲିଖିତ ଅଭିଯୋଗ କରିଛନ୍ତି । ଅନୁଭବ ଙ୍କ ଭାଇ ଅନୁପ୍ରାସ ଦୀର୍ଘ ୨ ବର୍ଷ ଧରି ଉକ୍ତ ମହିଳା ଙ୍କୁ କମେଣ୍ଟ ମାରିବା ସହ ହଇରାଣ କରୁଥିଲେ । ଗତ ଜୁନ ୧୨ ତାରିଖ ଏ ନେଇ ଯୁବତୀ ଜଣକ ଅନୁଭବ ଙ୍କ ଘରକୁ ଯାଇଥିଲେ କିନ୍ତୁ ଅନୁଭବ ଘଟଣା ବିଷୟରେ ବୁଝିବା ପରିବର୍ତ୍ତେ ତାଙ୍କୁ ଗାଳି ଗୁଲଜ କରିଥିଲେ ।