ଆଗାମୀ ମାଟ୍ରିକ୍‍ ପରୀକ୍ଷାକୁ ଶିକ୍ଷାବିଭାଗର ଫୋକସ୍‍ : ଏ-୧ ଗ୍ରେଡ୍‍ ବୃଦ୍ଧି ପାଇଁ ଶିକ୍ଷକଙ୍କୁ ପରାମର୍ଶ

ଆସିକା  (ୱାଇଏନ୍‍ଏସ୍‍) : ଆଗାମୀ ମାଟ୍ରିକ୍‍ ପରୀକ୍ଷାରେ ଯେପରି ଆସିକା ବ୍ଳକ ଓ ପୌର ପରିଷଦ ପରିସରଭୁକ୍ତ ଅଞ୍ଚଳରେ ଥିବା ୩୩ଟି ଉଚ୍ଚ ବିଦ୍ୟାଳୟରୁ ଅଧିକରୁ ଅଧିକ ବିଦ୍ୟାର୍ଥୀ ଏ-୧ ଗ୍ରେଡ୍‍ରେ ଉତ୍ତୀର୍ଣ୍ଣ ହୋଇପାରିବେ ଓ ମାଟ୍ରିକ ପରୀକ୍ଷା ଫଳ ସନ୍ତୋଷଜନକ ହୋଇପାରିବ ତାହାକୁ ଦୃଷ୍ଟିରେ ରଖି ଏବେଠୁ ଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଉଥିବା ଦେଖିବାକୁ ମିଳୁଛି । ଆସିକା ଶିକ୍ଷା ବିଭାଗ ପକ୍ଷରୁ ଆଗାମୀ ମାଟ୍ରିକ୍‍ ପରୀକ୍ଷାକୁ ଅଧିକ୍‍ ଫୋକସ୍‍ କରାଯାଉଥିବା ପରିଲକ୍ଷିତ ହେଉଛି । ଆସିକା ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା ପାଣ୍ଡିଆପଥର ସ୍ଥିତ ଖାରି ବାବାଜୀଦୋରା ବିଦ୍ୟାପୀଠକୁ ଅଚାନକ ପରିଦର୍ଶନ କରିବା ସାଙ୍ଗକୁ ଦଶମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ସାହିତ୍ୟ, ଇଂରାଜୀ, ଗଣିତ, ବିଜ୍ଞାନ, ସଂସ୍କୃତ, ହିନ୍ଦୀ, ଇତିହାସ ଭୂଗୋଳ ବିଷୟର ପାଠ୍ୟକ୍ରମ ସଂପର୍କରେ ପଚାରି ବୁଝିବା ସାଙ୍ଗକୁ ବିଦ୍ୟାଳୟର ଶୈକ୍ଷିକ ପରିବେଶ ଓ ଭିତ୍ତିଭୂମୀର ସମୀକ୍ଷା କରିଥିବା ଦେଖିବାକୁ ମିଳିଛି । ଆଗାମୀ ମାଟ୍ରିକ୍‍ ପରୀକ୍ଷାରେ ପାଣ୍ଡିଆପଥର ସ୍ଥିତ ଖାରି ବାବାଜୀଦୋରା ବିଦ୍ୟାପୀଠରୁ ଯେପରି ଅଧିକରୁ ଅଧିକ ଛାତ୍ରଛାତ୍ରୀମାନେ ଏ-୧ ଗ୍ରେଡ୍‍ରେ ଉତ୍ତୀର୍ଣ୍ଣ ହୋଇପାରିବେ ତାହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଶିକ୍ଷାଦାନ ସହ ରିଭିଜନ୍‍କୁ ସର୍ବାଧିକ ଗୁରୁତ୍ୱ ଦେବାକୁ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ରାମକୃଷ୍ଣ ପଣ୍ଡା, ସହକାରୀ ଶିକ୍ଷକ ଯୋଗେନ୍ଦ୍ର ଗୌଡ, ପ୍ରଫୁଲ ବେହେରା, ଶଙ୍କର ବେହେରା, ଭାସ୍କର ଚନ୍ଦ୍ର ସିୟ, ଏ.ପଦ୍ମନ୍‍ ଦୋରା, ଡକ୍ଟର ଜେନା, ମଦନ ମୋହନ ବାଡତ୍ୟା ପ୍ରମୁଖଙ୍କୁ ପରାମର୍ଶ ଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଆଗାମୀ ମାଟ୍ରିକ୍‍ ପରୀକ୍ଷାକୁ ଦୃଷ୍ଟିରେ ରଖି ଆସିକା ଶିକ୍ଷା ବିଭାଗ ପକ୍ଷରୁ ଏ-୧ ଗ୍ରେଡ୍‍ ବୃଦ୍ଧି ପାଇଁ ଆରମ୍ଭ ହୋଇଥିବା ଏହି ପଦକ୍ଷେପକୁ ସଚେତନ ନାଗରିକ ମହଲରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ