ହିରୋ ମୋଟୋକର୍ପ ପକ୍ଷରୁ କୋଭିଡ୍‌-୧୯ ପାଇଁ ରିଲିଫ୍

ମୁମ୍ବାଇ : ବିଶ୍ୱର ବୃହତ୍ ଦୁଇ ଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ପକ୍ଷରୁ ସମ୍ପ୍ରତି ଦେଶରେ ଦେଖାଦେଇଥିବା କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ରିଲିଫ୍ କାର୍ଯ୍ୟକ୍ରମ ଜାରି ରହିଛି । ଏହା ଅନ୍ତର୍ଗତ ୫,୦୦୦ଲିଟରରୁ ଅଧିକ ପରିମାଣର ସାନିଟାଇଜର ପ୍ରସ୍ତୁତ କରାଯାଇ ସମାଜର ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କୁ ବଂଟନ କରାଯାଇଛି । ସେହିପରି ୪ ଲକ୍ଷ ମାସ୍କ୍ ବଂଟନ କରାଯାଇଥିବାବେଳେ ୩ ଲକ୍ଷ ଲୋକଙ୍କୁ ଭୋଜନ ବିତରଣ କରାଯାଇଛି । କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ୨୦୨୦ ମାର୍ଚ୍ଚ ୨୨ଠାରୁ କମ୍ପାନୀରେ ଉତ୍ପାଦନ ବନ୍ଦ କରାଯାଇଛି । ଗତ ୩ ସପ୍ତାହ ଧରି ହିରୋ ମୋଟୋକର୍ପର ସିଏସ୍‌ଆର୍ ଟିମ୍‌ର କେତେକ କର୍ମଚାରୀ ଭାରତୀୟ ମେଡିକାଲ ରିସର୍ଚ୍ଚ ପରିଷଦ (ଆଇସିଏମ୍‌ଆର୍‌) ର ମାର୍ଗ ଦର୍ଶିକା ଅନୁସାରେ ସାନିଟାଇଜର ପ୍ରସ୍ତୁତି ଏବଂ ବିତରଣ କାର୍ଯ୍ୟ କରୁଛନ୍ତି । ଏହା ସହିତ କମ୍ପାନୀ ପକ୍ଷରୁ ୬୦ଟି ଆମ୍ବୁଲାନ୍ସ୍ ସହାୟତା କାର୍ଯ୍ୟରେ ନିୟୋଜିତ ହୋଇଛି । କମ୍ପାନୀ ପକ୍ଷରୁ ୨୦୦୦ ମୋଟରସାଇକେଲ ଦେଶବ୍ୟାପୀ ବିଭିନ୍ନ କର୍ତୃପକ୍ଷଙ୍କୁ ରିଲିଫ୍ ସହାୟତା ଲାଗି ଯୋଗାଇ ଦିଆଯାଇଛି । ପ୍ରତିଦିନ କମ୍ପାନୀ ପକ୍ଷରୁ ୧୫,୦୦୦ ଭୋଜନ ପ୍ରସ୍ତୁତ କରାଯାଇ ଦିଲ୍ଲୀ-ଏନ୍‌ସିଆର୍‌, ରାଜସ୍ଥାନ, ହରିୟାଣା, ଉତରାଖଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ଗୁଜରାଟରେ ଦିନ ମଜୁରିଆ, ଶ୍ରମିକ, ଘର ନ ଥିବା ନିରାଶ୍ରୟଙ୍କୁ ବିତରଣ କରାଯାଉଛି । କମ୍ପାନୀ ପକ୍ଷରୁ ୬,୦୦୦ ରାଶନ କିଟ୍ ରାଜସ୍ଥାନ, ଦିଲ୍ଲୀ, ମହାରାଷ୍ଟ୍ର ଏବଂ କେରଳରେ ବଂଟନ କରାଯାଇଛି । କମ୍ପାନୀ ପକ୍ଷରୁ ୧୦୦କୋଟି ଟଙ୍କାର ରିଲିଫ୍ କୋଭିଡ୍‌-୧୯ ପାଇଁ ଦାନ କରାଯାଇଛି । ସେଥିମଧ୍ୟରୁ ୫୦ କୋଟି ଟଙ୍କା ପିଏମ୍ କେୟାରର୍ସକୁ ଦାନ ହୋଇଛି ଏବଂ ଅବଶିଷ୍ଟ ୫୦ କୋଟି ଟଙ୍କା ରିଲିଫ୍ କାର୍ଯ୍ୟରେ ବିନିଯୋଗ କରାଯାଇଛି । ହିରୋ ଗ୍ରୁପ୍ ପକ୍ଷରୁ ହରିୟାଣାର ଡେରାଡୁନ୍‌ଠାରେ କାର୍ଯ୍ୟକରୁଥିବା ବିଏମ୍‌ଏଲ୍ ମୁଞ୍ଜଲ ୟୁନିଭରସିଟି ପକ୍ଷରୁ ହଷ୍ଟେଲରେ ୨୦୦୦ ଶଯ୍ୟା ଆଇସୋଲେଶନ ପାଇଁ ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ