ଯୁବତୀ ବିକ୍ରି ହେଉଥିବା ବଜାର
ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ରହିଛି । ମଧ୍ୟପ୍ରଦେଶ ଶିବପୁରୀ ଅଞ୍ଚଳରେ ଥିବା ଏକ ବଜାରରେ ଯୁବତୀ ବିକ୍ରି ହୁଅନ୍ତି । ଧନୀ ଲୋକେ ଏଠାରେ ବର୍ଷକୁ ୧୫ ହଜାରରୁ ୨୫ ହଜାର ଟଙ୍କାରେ ଯୁବତୀଙ୍କୁ କିଣିଥାନ୍ତି । ବର୍ଷକ ପାଇଁ ସମ୍ପୃକ୍ତ ଯୁବତୀ ତାଙ୍କ ପାଖରେ ରୁହନ୍ତି । ଏନେଇ ୧୦ ଟଙ୍କାରୁ ଶହେ ଟଙ୍କା ପର୍ଯ୍ୟନ୍ତ ଷ୍ଟାମ୍ପ୍ ପେପରରେ ଚୁକ୍ତି କରାଯାଇଥାଏ । ଏହାକୁ ସ୍ଥାନୀୟ ଅଞ୍ଚଳରେ ଧଡ଼ିଚା ପ୍ରଥା ବୋଲି କୁହାଯାଇଥାଏ । ସମୟସୀମା ପୂରଣ ପରେ ଯୁବତୀ ଜଣଙ୍କ ଘରକୁ ଫେରିଆସିଥାନ୍ତି । ତେବେ କିଣିଥିବା ବ୍ୟକ୍ତି ଚାହିଁଲେ ତାଙ୍କ ସହିତ ଯୁବତୀଙ୍କର ବିବାହ ମଧ୍ୟ କରାଯାଇଥାଏ ।