ଭାଲୁର ସାହସ ଆଗରେ ହାରିଗଲା ବାଘ
ରାଜସ୍ଥାନର ରଣଥାମ୍ବୋର ନ୍ୟାଶନାଲ ପାର୍କରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି । ପାର୍କର ୪ ନଂ ଜୋନ୍ରେ ଏକ ଭାଲୁକୁ ଶିକାର କରିବା ପାଇଁ ବାଘଟିଏ ଲୁଚି ରହିଥିଲା । ମାତ୍ର ଭାଲୁ ଏମିତି ସାହସ ଜୁଟାଇଲା ବାଘ ଶିକାର ନ କରି ନିରାଶରେ ଫେରିଗଲା । ବାଘଟି ଭାଲୁକୁ ଶିକାର କରିବ ବୋଲି ଏକ ଗଛ ନିକଟରେ ଲୁଚି ରହିଥିଲା । ଯାହା ପାର୍କରେ ଲାଗିଥିବା ମେରାରୁ ଜଣାପଡ଼ିଛି । ବାଘଟି ଭାଲୁକୁ ଶିକାର କରିବା ପାଇଁ ହଠାତ୍ ଭାଲୁ ଉପରକୁ କୁଦା ମାରିଲା । କିନ୍ତୁ ଭାଲୁଟି ଉପସ୍ଥିତି ବୁଦ୍ଧି ଖଟାଇ ଜୀବନ ବଞ୍ଚାଇବା ପାଇଁ ଗଛ ଉପରକୁ ଚଢ଼ିଗଲା । ତଥାପି ବାଘର ଆକ୍ରମଣ ନିଶା କମି ନ ଥିଲା । ସେ ମଧ୍ୟ ଭାଲୁ ପଛରେ ଗଛ ଉପରକୁ ଲମ୍ପ ପ୍ରଦାନ କଲା । ବାଘକୁ ଦେଖି ଭାଲୁ ପ୍ରତି ଆକ୍ରମଣ କରିବାକୁ ସାହସ ଜୁଟାଇଲା । ଲୁରଆକ୍ରମଣାତ୍ମକ ଭଙ୍ଗୀ ଦେଖି ବିଚରା ବାଘଟି ନିରାଶରେ ଫେରିଯାଇଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି । ଏହି ଫଟୋଟି ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।


