ରିଭର ଅଫ୍ ଫାଇଭ୍ କଲର୍ସ

ପ୍ରକୃତି ତା’ କାଳରେ ସଜାଇ ରଖିଛି ଅନେକ ସୁନ୍ଦର ସ୍ଥାନ । ପୃଥିବୀ ପୃଷ୍ଠରେ ଏଭଳି ମଧ୍ୟ ସ୍ଥାନ ରହିଛି ଯାହା ଦେଖିବାକୁ ଅସାଧାରଣ ଏବଂ ଆଶ୍ଚର୍ଯ୍ୟଜନକ ? ସେହିଭଳି ଏକ ନଦୀ ରହିଛି କଲମ୍ବିଆରେ । ଏହି ନଦୀର ନାଁ ହେଉଛି “କେନା କ୍ରିଷ୍ଟାଲ’? ଏହି ନଦୀ “ରିଭର ଅଫ୍ ଫାଇଭ୍ କଲର୍ସ’ ନାମରେ ମଧ୍ୟ ଖ୍ୟାତ । ସାଧାରଣତଃ ନଦୀ ପାଣିର ରଙ୍ଗ ସ୍ୱଚ୍ଛ ବା ମାଟିଆ ହୋଇଥିବା ବେଳେ ଏହି ନଦୀ ପାଣିର ରଙ୍ଗ କିନ୍ତୁ ପାଞ୍ଚ ପ୍ରକାରର । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ । ଗ୍ରୀଷ୍ମ ଦିନରୁ ନେଇ ବର୍ଷା ଋତୁ ପର୍ଯ୍ୟନ୍ତ ଏହି ନଦୀ ଶଯ୍ୟାରେ ମେକରେନିୟା କ୍ଲେଭିଗେରା ନାମକ ଏକ ଜଳଜ ଉଦ୍ଭିଦ ବଢିଥାଏ, ଯାହାର ରଙ୍ଗ ନାଲି, ନୀଳ, ସବୁଜ, ହଳଦିଆ ଏବଂ କଳା । ଏହି ନଦୀର ଜଳ ବହୁତ ସ୍ୱଚ୍ଛ ଥିବା ହେତୁ ପାଣି ଭିତରେ ଥିବା ଉଦ୍ଭିଦଗୁଡିକ ବେଶ୍ ପରିଷ୍କାର ଦେଖାଯାଏ, ଫଳରେ ପାଣି ବିଭିନ୍ନ ରଙ୍ଗର ଦେଖାଯାଇଥାଏ । ଏହି ଉଦ୍ଭିଦର ଅଧା ଅଂଶ ପାଣିରେ ବୁଡି ରହୁଥିବାବେଳେ ଆଉ ଅଧା ଅଂଶ ପାଣି ଉପରକୁ ଦେଖାଯାଇଥାଏ । ତେବେ ପଞ୍ଚ ରଙ୍ଗଧାରୀ ଏହି ନଦୀକୁ ନ୍ୟାଶନାଲ ଜିଓଗ୍ରାଫିକ୍ ଦ୍ୱାରା “ଦ ଗାର୍ଡେନ ଅଫ୍ ଇଡେନ୍’ ବୋଲି ଆଖ୍ୟା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ