ବୁରୁଡ଼ି ରେଳ ଷ୍ଟେସନ ମାଷ୍ଟର ଦୁର୍ଘଟଣା ରେ ଗୁରୁତର

ଗଞ୍ଜାମ,(ଓ୍ବାଇଏନ୍ଏସ୍): ଗଞ୍ଜାମ ବ୍ଳକ ଅନ୍ତର୍ଗତ ବୁରୁଡ଼ି ରେଳ ଷ୍ଟେସନ ମାଷ୍ଟର ର ଭବାନୀ ପ୍ରସନ୍ନ ବାରିକ ଙ୍କ ଦୁର୍ଘଟଣା ରେ ଗୁରୁତର ଆହତ ହୋଇଛନ୍ତି । ପ୍ରଥମେ ଛତ୍ରପୁର ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି।ଷ୍ଟେସନ ମାଷ୍ଟର ବାରିକ ନିଜର ଡ୍ୟୁଟି ସାରି ଗଞ୍ଜାମ ଘରକୁ ବାଇକ ରେ ଫେରୁଥିବା ବେଳେ ହୁମ୍ମା ହାଟ ନିକଟ ଜାତୀୟ ରାଜପଥ ରେ ହଟାତ ଏକ କୁକୁର ଚକ ତଳକୁ ଆସିଯିବାରୁ ତଳେ ପଡି ଚେତାଶୂନ୍ୟ ହୋଇଯାଇଥିଲେ । ସେ ବାଟେ ଦେଇ ଯାଉଥିବା ଲୋକେ ଦେଖି ପରିବାର ଲୋକଙ୍କୁ ଖବର ଦେବା ସହ ୧୦୮ କୁ ଫୋନ କରିଥିଲେ । ପ୍ରଥମେ ଛତ୍ରପୁର ପରେ ବ୍ରହ୍ମପୁର ମେଡିକାଲ କୁ ପଠାଯାଇଥିଲା । ତାଙ୍କର ଡାହାଣ ଗୋଡ ଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାଜଣା ପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ