ରମଜାନ ଉପରେ କଟକଣା
ଭୁବନେଶ୍ୱର: କରୋନା ପାଇଁ ଓଡ଼ିଶାରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇ ୮୨ରେ ପହଞ୍ଚିସାରିଲେଣି । କରୋନା ମୁକାବିଲା ପାଇଁ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଥିବାବେଳେ ଏହାରି ଭିତରି ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । କରୋନା ସଂକ୍ରମଣ ଯୋଗୁଁ ଚଳିତ ବର୍ଷ ରମଜାନ ପାଳନ ଉପରେ କଟକଣା ଲଗାଯାଇଛି । ଭୁବନେଶ୍ୱରର ୧୨ଟି ମସଜିଦ ମୁଖ୍ୟଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । କମିଶନରେଟ ପୁଲିସ ସହ ମସଜିଦ ମୁଖ୍ୟଙ୍କ ଆଲୋଚନା ପରେ ଚଳିତ ବର୍ଷ ରମଜାନ ପାଳନ ଉପରେ କଟକଣା ଲଗାଯାଇଛି । ଏହି ପରିପ୍ରେକ୍ଷୀରେ ରାଜଧାନୀର କୌଣସି ମସଜିଦରେ ସମୂହ ନମାଜ ପାଠ ନକରିବାକୁ ନିଷ୍ପତ୍ତି ନିଆଯାଇଛି । ଇପତାର ପାର୍ଟି ପାଳନ ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ତେବେ ସାମାଜିକ ଦୂରତା ମାନି ଘରେ ଇଫତାର ଓ ନମାଜ ପାଠ କରିବାକୁ ନିଷ୍ପତ୍ତି ନିଆଯାଇଛି ।


